www.samajalive.in
Wednesday, December 10, 2025
26.1 C
Bhubaneswar

ମାରୱାଡି ଯୁବା ମଞ୍ଚ ତରଫରୁ ‘ରାତ୍ର ଆଶ୍ରୟସ୍ଥଳୀ’

ସମ୍ବଲପୁର : ଶୀତ ଋତୁ ଏବେ ଆରମ୍ଭ ହୋଇ ଯାଇଥିବାରୁ ଅନେକ ଅସହାୟ, ଗରିବ ଲୋକେ ସେମାନଙ୍କର ଗୃହ ନ ଥିବାରୁ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି କ୍ଷେତ୍ରରେ ମହାନଗର ନିଗମ ପକ୍ଷରୁ ଅସହାୟ ମାନଙ୍କ ପାଇଁ ‘ରାତ୍ର ଆଶ୍ରୟସ୍ଥଳୀ’ ଆରମ୍ଭ କରାଯାଇଥିବା ବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ମାନେ ମଧ୍ୟ ଏହି କାର୍ଯ୍ୟରେ ସହାୟତା ପାଇଁ ଆଗେଇ ଆସିଛନ୍ତି। ମାରୱାଡି ଯୁବା ମଞ୍ଚ, କ୍ଷେତରାଜପୁର ସମ୍ବଲପୁର ଶାଖା ତରଫରୁ ସୋମବାର ରାତ୍ରିରେ ଏକ ୨୦ ଶର୍ଯ୍ୟା ବିଶିଷ୍ଟ ରାତ୍ରିକାଳୀନ ଆଶ୍ରୟସ୍ଥଳ ମାରୱାଡି ଧର୍ମଶାଳା ନିକଟରେ ଉଦଘାଟନ କରାଯାଇଛି। ଏହି ଆଶ୍ରୟସ୍ଥଳକୁ ସମ୍ବଲପୁର ମହାନଗର ନିଗମର ଉପ କମିଶନର ରବିନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ କ୍ଷେତରାଜପୁର ଆଦର୍ଶ ଥାନାଧିକାରିକାରିଣୀ ମମତା ନାୟକ ଓ କାର୍ଯ୍ୟକାରୀ ଅଧିକାରୀ ଶୁଭଙ୍କର ମହାନ୍ତି ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଇଂ ଅଶୋକ ଜଲାନ, ସମାଜସେବୀ ସୁବ୍ରତ ପଣ୍ଡା, ପରାଗ ଅଗ୍ରୱାଲ, ଅରୁଣ ଅଜାଡିୱାଲ ଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଉଦଘାଟନୀ ଦିବସରେ ୧୫ ଜଣ ଅସହାୟ ଓ ଗରିବ ବ୍ୟକ୍ତି ଏହି ସେବାର ଲାଭ ନେଇଛନ୍ତି। କରୋନା ସଂକ୍ରମଣକୁ ଧ୍ୟାନରେ ରଖି ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ଆଶ୍ରୟସ୍ଥଳରେ କମ୍ବଳ, ମସାରୀ, ପାଣି, ବିସ୍କୁଟ ଆଦିର ବ୍ୟବସ୍ଥା କରାଯାଇଛି। ଶୀତୁଆ ରାତ୍ରିରେ କେହି ଖୋଲା ଆକାଶ ତଳେ ଯେମିତି ଶୋଇବାକୁ ବାଧ୍ୟ ନ ହୁଅନ୍ତୁ ସେହି ଲକ୍ଷ୍ୟ ନେଇ ଏହି ସେବା କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ମାରୱାଡି ଯୁବା ମଞ୍ଚ ପକ୍ଷରୁ ସଚିବ ସଚିନ ଅଗ୍ରୱାଲ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories