www.samajalive.in
Tuesday, December 9, 2025
16.1 C
Bhubaneswar

ମିଳିଲାନି ଜାମିନ, ପ୍ରଦୀପ ପାଣିଗ୍ରାହୀ ନିରାଶ

ଭୁବନେଶ୍ବର: ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କର ଜାମିନ ଆବେଦନ ଭୁବନେଶ୍ବର ଏଡିଜେ-୩ ଖାରଜ କରିଛନ୍ତି। ଆଜି ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ତାଙ୍କର ଜାମିନ ଖାରଜ ହୋଇଯିବାକୁ ତାଙ୍କୁ ପୁଣିଥରେ ଜେଲ୍‌ ଯିବାକୁ ପଡ଼ିଛି। ଫଳରେ ଆଜି ତାଙ୍କୁ ଜାମିନ ମିଳିବା ଉଦ୍ୟମ ବିଫଳ ହୋଇଛି, ଯାହା ତାଙ୍କୁ ନିରାଶ କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ଏବଂ ସେ ଏବେ ଜେଲ୍‌ରେ ଅଛନ୍ତି।

ବେନାମୀ ଅର୍ଥ କାରବାର ମାମଲାରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ଟାଟା କମ୍ପାନୀରେ ଚାକିରି ଦେବା ନାମରେ ଅର୍ଥ ଆଦାୟ କରୁଥିଲେ। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କ ନାମରେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ। ଟାଟା କମ୍ପାନୀରେ ଚାକିରି ଦେବାକୁ ଟଙ୍କା ଆଦାୟ କରୁଥିଲେ। ଭାବୀ ଜ୍ବାଇଁ ଆକାଶ ପାଠକଙ୍କ ସହ ମିଶି ଠକିଛନ୍ତି। ଆକାଶ ପାଠକଙ୍କ ସମ୍ପତ୍ତି କାରବାରରେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ରହିଥିଲା। ପଚରାଉଚୁରା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦ ‘ବି’ ଆଇପିସି ଏବଂ ଆଇଟି ଆକ୍ଟ ୨୦୦୦ରେ ମାମଲା ରୁଜୁ ହୋଇଛି। ବେନାମୀ ଅର୍ଥ କାରବାର, ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇରେ ସାମିଲ ହୋଇଥିବା ନେଇ ଅଭିଯୋଗ ହୋଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଡିସେମ୍ବର ୩ରେ ସୂଚନା ଦିଆଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories