www.samajalive.in
Monday, December 8, 2025
27.1 C
Bhubaneswar

‘ଭାରତ ବନ୍ଦ’ ସମୟରେ ଶାନ୍ତିରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ: କୃଷକ ସଂଗଠନ ଡାକରା ଦେଇଥିବା ‘ଭାରତ ବନ୍ଦ’ ସମୟରେ ଶାନ୍ତି ବଜାୟ ରଖିବା ଏବଂ ଏହାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି । ମଙ୍ଗଳବାର ଭାରତ ବନ୍ଦ ସମୟରେ ଯେପରି କୌଣସି ହିଂସା ବା ବିଶୃଙ୍ଖଳା ଦେଖା ନ ଦିଏ ସେଥିପ୍ରତି ରାଜ୍ୟ ସରକାରମାନେ ପଦକ୍ଷେପ ନେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ଦେଶବ୍ୟାପୀ ମାର୍ଗଦର୍ଶିକାରେ କୁହାଯାଇଛି ଯେ କରୋନା ସଂକ୍ରମଣ ସଂକ୍ରାନ୍ତ ସୁରକ୍ଷା ମଧ୍ୟ ବନ୍ଦ ସମୟରେ ଅନୁପାଳନୀୟ । ବିଭିନ୍ନ ସ୍ଥାନରେ ବନ୍ଦ ଓ ସମାବେଶ ସମୟରେ ଶାରୀରିକ ଦୂରତା ବଜାୟ ରଖିବା ସଂକ୍ରାନ୍ତ ମାର୍ଗଦର୍ଶିକାକୁ ପାଳନ କରିବା ଆବଶ୍ୟକ । ଏ ଦିଗରେ ରାଜ୍ୟ ସରକାରମାନେ ନିଜ ଅନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ।

- Advertisement -

ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ ‘ଭାରତ ବନ୍ଦ’ ସମୟରେ ଶାନ୍ତି ନ ଭାଙ୍ଗିବା ପାଇଁ ରାଜ୍ୟମାନଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ଆହୁରି ମଧ୍ୟ, କଡା ସଜାଗ ରହିବା ଉଚିତ୍ ଯେପରି କୌଣସି ସ୍ଥାନରେ ଅଘଟଣ ଘଟିବ ନାହିଁ |  ମଙ୍ଗଳବାର ଦିନ କୃଷକ ସଂଗଠନଗୁଡ଼ିକ ଭାରତ ବନ୍ଦ ଆହ୍ବାନ ଦିଆଯାଇଛି । ସଂସଦର ମୌସୁମୀ ଅଧିବେଶନକାଳରେ ଅଣା ଯାଇଥିବା ୩ଟି କୃଷି ଆଇନକୁ ଚାଷୀମାନେ ବିରୋଧ କରୁଛନ୍ତି ।

ତେବେ ଉଲ୍ଲେଖନୀୟ କଥା ହେଉଛି, କୃଷକମାନଙ୍କ ପକ୍ଷରୁ ଆହ୍ୱାନ କରାଯାଇଥିବା ‘ଭାରତ ବନ୍ଦ’ ଡ଼ାକରାକୁ କଂଗ୍ରେସ, ଏନସିପି, ଡିଏମକେ, ଏସପି, ଟିଆରଏସ ଏବଂ ବାମ ଦଳ ଭଳି ବଡ଼ ଦଳ ଦ୍ୱାରା ସମର୍ଥନ କରାଯାଇଛି। ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ହଜାର ହଜାର ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି । ସରକାର କୃଷକ ନେତାଙ୍କ ସହ ପାଞ୍ଚ ପର୍ଯ୍ୟାୟ ଆଲୋଚନା କରିଛନ୍ତି, ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିନାହିଁ । କୃଷି ସଙ୍ଗଠନ ନେତମାନେ କୃଷି ଆଇନର ସମ୍ପୂର୍ଣ ରଦ୍ଦ କରିବାକୁ ଅଡ଼ି ବସିଛନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories