www.samajalive.in
Tuesday, December 9, 2025
17.1 C
Bhubaneswar

୩୯ ଦିନର କୁନି ପରୀ ଦୁନିଆରୁ ବିଦାୟ ନେବା ପୂର୍ବରୁ ଅନ୍ୟ ଜଣଙ୍କୁ ଦେଲା ଜୀବନଦାନ

ଚଣ୍ଡିଗଡ : କୁହାଯାଏ ଜୀବନ ମୃତ୍ୟୁର ଡୋର କେବଳ ଭଗବାନ ହିଁ ଜାଣନ୍ତି। ଏହାସହ ଅନେକ ସମୟରେ ଭଗବାନ ଏକ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବାକୁ ସୁଯୋଗ ଦେଇ ଥାଆନ୍ତି। ଏଭଳି ହିଁ ଏକ ଘଟଣା ଏବେ ଜଣାପଡିଛି। ପଞ୍ଜାବର ଅମୃତସରର ଏକ ୩୯ ଦିନର ଛୋଟ ଝିଅ କୁନି ପରୀ ଏହି ଦୁନିଆରୁ ବିଦାୟ ନେବା ପୂର୍ବରୁ ପିଜିଆଇରେ ଭର୍ତ୍ତି ହୋଇଥିବା ଅନ୍ୟ ଏକ ରୋଗୀଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି। ୨୮ ଅକ୍ଟୋବରରେ, ଏହି କୁନି ଝିଅର ଜନ୍ମ ହୋଇଥିଲା। ନିଜ ମା’ଙ୍କ ପାଖରେ ୪୦ ଦିନ ବିତାଇନଥିଲେ ମଧ୍ୟ ଅନ୍ୟ ଏକ ପରିବାରର ଜଣେ ସଦସ୍ୟଙ୍କ ଜୀବନ ଦୀପ ଲିଭିବାରୁ ବଞ୍ଚାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୫ ନଭେମ୍ବରରେ ଜଣେ ଦମ୍ପତି ନବ ଜନ୍ମିତ ନିଜ ନିରୀହ ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ପିଜିଆଇ ଆଣିଥିଲେ। ମାତ୍ର ଡ଼ାକ୍ତରମାନେ କହିଥିଲେ ସେମାନଙ୍କ ଝିଅର ମସ୍ତିଷ୍କରେ ଥିବାର ଏକ ରୋଗ କାରଣରୁ ତା’ର ବଞ୍ଚିବା ସମ୍ଭବପର ନୁହେଁ। ଏପରି ପରିସ୍ଥିତିରେ କୁନି ପରୀର ବାପା ମାଆ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଯେପରି ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଛି। ମାତ୍ର ତାଙ୍କ ମନରେ ଭାବନା ଆସିଥିଲା ତାଙ୍କ ଝିଅ ଏ ଦୁନିଆରୁ ବିଦାୟ ନେଲେ ମଧ୍ୟ ତା’ର ଅଙ୍ଗଦାନ କରିବାକୁ। ଯେପରି ଅନ୍ୟ କାହାକୁ ଜୀବନ ଦାନ ମିଳିଯିବ। ଯେପରି ଅନ୍ୟ ପରିବାର ଜଣେ ସଦସ୍ୟଙ୍କ ଜୀବନକୁ ରକ୍ଷା କରିବାକୁ ସେ ଆସିଛି। ଏହାସହ ଉକ୍ତ ଦମ୍ପତି ସେମାନଙ୍କ ଯକୃତର ଅଂଶକୁ ହାରାଇଥିବାରୁ ଅଙ୍ଗ ଅଚଳ ଅଥବା ହରାଇଥିବା ବ୍ୟକ୍ତିଙ୍କ ଦୁଃଖକୁ ଖୁବ ଅନୁଭବ କରିଥିଲେ। ଏହି କାରଣରୁ ସେ ନିଜ କୁନି ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଭଳି ଜଣଙ୍କୁ ସେ ଜୀବନ ଦାନ ଦେଇପାରିବେ।
ଡାକ୍ତରଙ୍କ କହିବାନୁଯାୟୀ ଅଙ୍ଗ ପ୍ରତିରୋପଣ କରିବା ବିପଦ ହୋଇଥିଲେ ମଧ୍ୟ ଆବଶ୍ୟକ କ୍ଷେତ୍ରରେ ଏହା ବହୁ ସାବଧାନତା ସହ କରାଯାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories