www.samajalive.in
Monday, December 8, 2025
20.1 C
Bhubaneswar

ଭାରତର କୋଭିଡ ଟିକା ବିକାଶ ନିରୀକ୍ଷଣ କରିବେ ୮୦ଟି ଦେଶ

ବିଶ୍ୱର ପ୍ରାୟ ୮୦ଟି ଦେଶର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଚଳିତ ମାସ ୯ ତାରିଖରେ ହାଇଦ୍ରାବାଦ୍‍ ଗସ୍ତ କରିବା ସହ କେତେକ ପ୍ରମୁଖ ଗବେଷଣାଗାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଶରେ ହେଉଥିବା ପ୍ରମୁଖ ଗବେଷଣା ଏବଂ ବିକାଶ କାର୍ଯ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଛି।

- Advertisement -

ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ କାଳରେ ସମ୍ପୃକ୍ତ ରାଷ୍ଟ୍ରଦୂତ ଏବଂ ଉଚାୟୁକ୍ତମାନେ ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ ଟିକା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତ ବାୟୋଟେକ୍‍ ଲିମିଟେଡ୍‍ ଏବଂ ଇ-ବାୟୋଲୋଜିକାଲ୍‍ ଲିମିଟେଡ୍‍ ଗସ୍ତ କରିବେ। କରୋନା ଟିକା ଉତ୍ପାଦନ ଏବଂ ଯୋଗାଣ ନେଇ ସେମାନଙ୍କୁ ତଥ୍ୟ ଦିଆଯିବ ବୋଲି ଜଣାପଡ଼ିଛି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories