ଚଳିତ ଖରିଫ୍ ଋତୁରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଚାଷୀମାନଙ୍କ ଠାରୁ ଶସ୍ୟ ସଂଗ୍ରହ କରୁଛନ୍ତି। ସୂଚନା ଅନୁଯାୟୀ ଏଥିରେ ୩୩ ଲକ୍ଷରୁ ଊର୍ଦ୍ଧ୍ବ ଧାନ ଚାଷୀ ଉପକୃତ ହୋଇଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଆକଳନ ୬୩ ହଜାର ୫୬୩ କୋଟି ଅତିକ୍ରମ କରିଛି।
मोदी सरकार ने किसानों की समृद्धि के लिए पहले की किसी भी सरकार से ज्यादा ठोस कदम उठाए हैं और उन्हें सीधा लाभ पहुँचाया है।
2014-19 में 4.95 लाख करोड़ रुपये का धान, 2.97 लाख करोड़ रुपये का गेहूं और 49,000 करोड़ रुपये का दलहन बढ़े हुए MSP मूल्यों पर खरीदा गया है।
#ModiWithFarmers pic.twitter.com/Neq9eY8Sj1
— Narendra Singh Tomar (@nstomar) December 6, 2020
କୃଷି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଚଳିତ ଖରିଫ୍ ଋତୁରେ ଓଡ଼ିଶା ସମେତ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡିଗଡ଼, ଜାମ୍ମୁ ଏବଂ କାଶ୍ମୀର, କେରଳ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ବିହାରରୁ ଖରିଫ୍ ଫସଲ ସଂଗ୍ରହ କରାଯାଇଛି। ସଂଗ୍ରହ କରାଯାଇଥିବା ୩୩୬ ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨.୭୭ ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ ସଂଗ୍ରହ କରାଯାଇଥିବା କୃଷି ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ୍ ସଂଗ୍ରହ ପରିମାଣର ଏହା ୬୦ ପ୍ରତିଶତରୁ ଅଧିକ ବୋଲି କୁହାଯାଇଛି।
ମନ୍ତ୍ରଣାଳୟ କହିଛି, ଓଡ଼ିଶା ସମେତ ୧୦ଟି ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ଚଳିତ ଖରିଫ୍ ଋତୁରେ ୪୫ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଜାତୀୟ ଓ ତୈଳବିଜ ସଂଗ୍ରହ ସମ୍ପର୍କୀତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।



