www.samajalive.in
Tuesday, December 9, 2025
16.1 C
Bhubaneswar

ହୁ ହୁ ହୋଇ ବଢୁଛି ତେଲ ଦର, ସାଧାରଣ ଜନତା ଅସ୍ତବ୍ୟସ୍ତ

ଭୁବନେଶ୍ଵର : କ୍ରମାଗତ ଭାବେ ବଢ଼ିଚାଲିଛି ତୈଳ ଦର।  କରୋନା କାଳରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ପ୍ରାୟ ୨ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଓ ଡିଜେଲ ଦର । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବାବେଳେ ଡିଜେଲ ୮୦ ଟଙ୍କା ଅତିକ୍ରମ କରିଛି । ଯାହା ଗ୍ରାହକଙ୍କ ସମସ୍ୟା ବଢ଼ାଇ ଦେଇଛି ।

ରବିବାର ଦର ବୃଦ୍ଧି ପାଇ ପେଟ୍ରୋଲ ଲିଟର ୮୪ ଟଙ୍କା ୫ ପଇସା ଛୁଇଁ ଥିବାବେଳେ ଡିଜେଲ ଲିଟର ୮୦ ଟଙ୍କା ୧୯ ପଇସା ରହିଛି । ଏହି ବୃଦ୍ଧି ଫଳରେ ୨ ବର୍ଷରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ରେ ପେଟ୍ରୋଲ ଲିଟର ୮୩ ଟଙ୍କା ୭୬ ପଇସା ଥିବା ବେଳେ ଡିଜେଲ ଲିଟର ୭୯ ଟଙ୍କା ୮୭ ପଇସା ରହିଥିଲା । ପୂର୍ବରୁ କରୋନା ଦ୍ୱାରା ଜୀବନର ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ବାରମ୍ବାର ତୈଳ ଦର ବୃଦ୍ଧି ପାଇବା ସାଧାରଣ ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

- Advertisement -

ଅନ୍ୟପକ୍ଷେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ରମାଗତ ଭାବେ ବଢ଼ିଚାଲିଥିବା ତୈଳ ଦର ବୃଦ୍ଧି ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ନିକଟରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟ କେତେକ ଦେଶରେ ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ତେଲ ଦର ବୃଦ୍ଧି ପାଇଛି, ତେଣୁ ବିଶ୍ୱରେ ଏବଂ ଏଠାରେ ମଧ୍ୟ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories