www.samajalive.in
Monday, December 8, 2025
27.1 C
Bhubaneswar

ସୁସ୍ଥ ହେଉଛନ୍ତି ମନୋଜ ଦାସ

ଭୁବନେଶ୍ବର : ଲବ୍ଧପ୍ରତିଷ୍ଠ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ସେ ପୂର୍ବାପେକ୍ଷା ଭଲ ଅଛନ୍ତି ଓ କଥାବାର୍ତ୍ତା କରୁଥିବା ରବିବାର ତାଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି। ଅସୁସ୍ଥତା ଯୋଗୁଁ ପୁଡୁଚେରୀର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବାବେଳେ ଏକ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଏହା ସହ ହାତରେ ଆଘାତ ଲାଗିବା ଯୋଗୁ ୩ ମାସ ପୂର୍ବରୁ ମନୋଜ ଦାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କ ହାତର ଅବସ୍ଥା ଭଲ ଥିବା ଜଣାପଡ଼ିଛି। ସାହିତ୍ୟ ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଶ୍ରୀ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଶ୍ରୀ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୋମବାର ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରାଯିବ। ତା’ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

- Advertisement -

ସୂଚନାଯୋଗ୍ୟ, ମନୋଜ ଦାସ ଉଭୟ ଓଡ଼ିଆ ଓ ଇଂରାଜୀରେ ବହୁ ପୁସ୍ତକ ଲେଖି ଖ୍ୟାତି ଅର୍ଜନ କରିଛନ୍ତି। ୨୦୦୧ରେ ସେ ପଦ୍ମ ଶ୍ରୀ ସମ୍ମାନ ପାଇଥିବା ବେଳେ ୨୦୨୦ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories