ବୋଲଗଡ଼ : ରାଜ୍ୟସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ଆର୍ଥିକ ସହାୟତାରେ ଖୋର୍ଦ୍ଧାଜିଲ୍ଲା ସାମାଜିକ ସୁରକ୍ଷା ଆବାହକତ୍ୱରେ ଓ ଚେତନା ତୃତୀୟଲିଙ୍ଗୀ ସାମାଜିକ ସୁରକ୍ଷା ସଙ୍ଗଠନ ଆନୁକୁଲ୍ୟରେ ତୃତୀୟଲିଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ‘ସ୍ୱୀକୃତି ଯୋଜନା’କାର୍ଯ୍ୟକ୍ରମ ବାଲୁଗାଁଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଠା ପାଣ୍ଡବ ସାହୁ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇ ତୃତୀୟ ଲିଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ରାଜ୍ୟସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ୱାରା ପ୍ରଣୟନ କରାଯାଇଥିବା ‘ସ୍ୱୀକୃତୀ ଯୋଜନା’ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଚିହ୍ନଟ ପପ୍ରିୟା ଦ୍ୱାରା ତୃତୀୟଲିଙ୍ଗମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଆତ୍ମନିଯୁକ୍ତି ତାଲିମ ମାଧ୍ୟମରେ ବିକାଶ ତଥା ରୋଜଗାରକ୍ଷମ କରିବାକୁ ଅନୁଷ୍ଠାନର ସମ୍ପାଦିକା ଚିନ୍ମୟୀ ବେହେରା ପରାମର୍ଶ ଦେଇଥିଲେ। ତୃତୀୟଲିଙ୍ଗମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ରାଜ୍ୟ ପୁଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଅଭିବ୍ୟକ୍ତ କରିଥିବା ବେଳେ ପରିଶେଷରେ କିନ୍ନର ଜ୍ୟୋତି ଦିଦି ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ପାଳନ କରି ବହୁସଂଖ୍ୟାରେ କିନ୍ନରମାନେ ଅଂଶଗ୍ରହଣ କରିଥିଲେ।
Popular Categories



