www.samajalive.in
Tuesday, December 9, 2025
16.1 C
Bhubaneswar

ମାନିଲେନି ସଂରକ୍ଷଣ ଆଇନ, ‘ଯୋଗ୍ୟ ପ୍ରାର୍ଥୀ ନ ମିଳିବା’ ଆଳରେ ଜେଏନୟୁର ଅଧ୍ୟାପକ ନିଯୁକ୍ତି

ବିଶ୍ୱବିଦ୍ୟାଳୟରେ ପ୍ରଫେସର ଓ ସହଯୋଗୀ ପ୍ରଫେସର ନିଯୁକ୍ତି ପାଇଁ ସମସ୍ତ ଧାର୍ଯ୍ୟ ସଂରକ୍ଷଣ ଆଇନ ଉଲ୍ଲଂଘନ କରି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ନିଯୁକ୍ତି ନେଇ ଦିଲ୍ଲୀ ହାଇକୋର୍ଟ କଡା ମନ୍ତବ୍ୟ ଦେଇଛନ୍ତି। ଜେଏନୟୁର ସ୍କୁଲ ଅଫ ସୋସିଆଲ ସାଇନ୍ସ ଏବଂ ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ ଜଣେ ସହଯୋଗୀ ପ୍ରଫେସର ତଥା ପ୍ରଫେସର ନିଯୁକ୍ତ କରିବା ସମୟରେ ସଂରକ୍ଷଣ ଆଇନ ଉଲ୍ଲଂଘନ ହୋଇଥିବା ଜଣାପଡିଛି।

ଦୁଇ ସହକାରୀ ପ୍ରଫେସରଙ୍କ ସମେତ ବିଶ୍ୱବିଦ୍ୟାଳୟର ଚାରିଜଣ ପ୍ରଫେସର ୨୦୧୯ ଅଗଷ୍ଟରେ ପ୍ରକାଶିତ ଦୁଇଟି ନିଯୁକ୍ତି ସମ୍ପର୍କିତ ବିଜ୍ଞାପନ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟର ଆଶ୍ରୟ ନେଇଥିଲେ। ଆବେଦନକାରୀମାନେ ଯୁକ୍ତି ଦର୍ଶାଇଥିଲେ ଯେ ଖାଲିଥିବା ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିବାବେଳେ ବିଶ୍ୱବିଦ୍ୟାଳୟ ପରବର୍ତ୍ତୀ ସଂରକ୍ଷଣ ମାନଦଣ୍ଡକୁ ଖଣ୍ଡନ କରିଛି।

- Advertisement -

ନଭେମ୍ବର ୧୭ରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଜ୍ୟୋତି ସିଂଙ୍କ ଜଣିକିଆ ବେଞ୍ଚ ଏହି ମାମଲାରେ ନିଜର ରାୟ ପ୍ରକାଶ କରି କହିଛନ୍ତି ଯେ ସଂରକ୍ଷଣ ଆଇନ ଠିକ୍ ଭାବରେ ପରିଚାଳିତ ହେଉଛି ବୋଲି ପ୍ରମାଣ କରିବାର ଦାୟିତ୍ୱ ବିଶ୍ୱବିଦ୍ୟାଳୟ ଉପରେ ଥିଲା ଯେଉଁଥିରେ ବିଶ୍ୱବିଦ୍ୟାଳୟ ବିଫଳ ହୋଇଛି। ବିଶ୍ୱବିଦ୍ୟାଳୟ ହଠାତ କୌଣସି ଆଧାର ନ ଥାଇ ୩୦ଟି ପଦବୀକୁ ଗୋଟିଏ ବର୍ଗରୁ ଅନ୍ୟ ବର୍ଗକୁ ସ୍ଥାନାନ୍ତର କରିବା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି। ତେବେ କର୍ତ୍ତୃପକ୍ଷ ‘ଯୋଗ୍ୟ ପ୍ରାର୍ଥୀ ନ ମିଳିବା’ ଆଳରେ ସଂରକ୍ଷଣ ବିରୋଧୀ ମନୋଭାବ ଗ୍ରହଣ କରିଥିବା ଆବେଦନକାରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories