www.samajalive.in
Saturday, December 6, 2025
26.1 C
Bhubaneswar

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରେ ନିଧି ସଂଗ୍ରହ କରିବା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: ପ୍ରତୀକ୍ଷାର ଦୀର୍ଘ ବର୍ଷ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ଅନୁମତି ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିସାରିଛନ୍ତି। ନିର୍ମାଣ କାର୍ଯ୍ୟରେ ଦେଶର ପ୍ରତ୍ୟେକ ନାଗରିକଙ୍କର ସହଯୋଗ ରାଶି ଲଗାଇବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସମଗ୍ର ଭାରତ ବର୍ଷରେ ନିଧି ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶନିବାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସମନ୍ୱୟ ସମିତି ବୈଠକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ସୁଦର୍ଶନ ଦାସ, ଖଗେଶ୍ୱର ବେହେରା, ଖଗେଶ୍ୱର ପ୍ରଧାନ ଯୋଗଦେଇ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ଆସନ୍ତା ଜାନୁଆରୀ ୨୫ତାରିଖରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଅର୍ଥ ସଂଗ୍ରହ କରାଯିବା ପାଇଁ ପ୍ରସ୍ତାବ ନିଆଯାଇଥିଲା।

ଏହି ଅଭିଯାନ କମିଟିରେ ଦେବବ୍ରତ ବପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ମହାପାତ୍ର, ଅନିମା ପଟ୍ଟନାୟକ, ଇନ୍ଦୁଭୂଷଣ ମହାକୁଡ, କୃଷ୍ଣଚନ୍ଦ୍ର ମିଶ୍ର, ଲୋକନାଥ ଶତପଥି, ରାଜ କୁମାର ପ୍ରଧାନ ଓ ଦେବାଶିଷ ପ୍ରଧାନ ଗ୍ରହଣ କରାଯାଇଥରଲା। ଏମାନଙ୍କୁ ବିଭିନ୍ନ ବ୍ଲକରେ ବୈଠକ ଡାକି କମିଟି ଗଠନ କରି ଦାୟିତ୍ୱ ଦେବାପାଇଁ ଆଲୋଚନା କରାଯାଇଥିଲା। ଏହି ସମନ୍ୱୟ ବୈଠକରେ କିଷାନ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବିଦ୍ୟାଭାରତୀ, ମଜଦୁର ସଂଘ, ରାଷ୍ଟ୍ରୀୟ ସେବିକା ସମିତିର କାର୍ଯ୍ୟକର୍ତାମାନେ ଯୋଗଦାନ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories