www.samajalive.in
Monday, December 8, 2025
17.1 C
Bhubaneswar

ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ

ଭୁବନେଶ୍ବର: ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ। ଅବସର ଥିଲା ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ କୋର୍ଣାକ ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟା। ଉଜ୍ୱଳ ଆଲୋକ ଓ ଶୋଭନୀୟ ସାଜସଜ୍ଜାରେ ମୁକ୍ତାକାଶ ମଞ୍ଚ ସ୍ୱାଗତ କରିଥିଲା ଶାସ୍ତ୍ରୀୟ ନୃତ୍ୟର ପ୍ରଖ୍ୟାତ ଶିଳ୍ପୀମାନଙ୍କୁ। ପ୍ରଥମ ଚରଣରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରସ୍ତୁତି ଥିଲା ଦେବ ଆରାଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଙ୍କରାଭରଣ ପଲ୍ଲବୀ। ଶୁଦ୍ଧ ନୃତ୍ୟ ପଲ୍ଲବୀରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାକୁ ନିଖୁଣଭାବେ ପରଶି ଦେଇଥିଲେ ଗବେଷଣା କେନ୍ଦ୍ରର ସଫଳ ସୃଷ୍ଟିଗଣ। ଏହାପରେ ପି.ଭି.କୃଷ୍ଣମୂର୍ତ୍ତିଙ୍କ ପରିକଳ୍ପନା ଆଧାରରେ ଗବେଷଣା କେନ୍ଦ୍ରରେ ସଂଯୋଜିତ ହୋଇଥିବା ନୃତ୍ୟାଭିନୟ କୃଷ୍ଣଗାଥାକୁ ଉପସ୍ଥାପନ କରିଥିଲେ ଶିଳ୍ପୀ ବୃନ୍ଦ। ଓଡ଼ିଶାର ମଧ୍ୟଯୁଗୀୟ ବୈଷ୍ଣବ କବିମାନଙ୍କର ରଚନାକୁ ନେଇ ରାଧା-କୃଷ୍ଣଙ୍କ ପ୍ରତି ବିଳାସର ଏକ ସମ୍ପୂର୍ଣ୍ଣ ଚିତ୍ରକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀମାନେ। ଓଡ଼ିଶୀ, ଚମ୍ଭୁ, ଛାନ୍ଦ ଓ ଗୀତଗୋବିନ୍ଦର ମଧୁର ପଦାବଳୀରେ ବେଶ ମନଛୁଆଁ ଥିଲା। ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂଯୋଜିତ ନୃତ୍ୟ, କସ୍ତୁରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶନା ଓ ପରିଚାଳନାରେ ଗବେଷଣା କେନ୍ଦ୍ରର ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।


ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କଥକ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ଅଦିତି ମଙ୍ଗଳ ଦାସ ଓ ସାଥୀ ଶିଳ୍ପୀ। ଦିଲ୍ଲୀସ୍ଥିତ ଦୃଷ୍ଟିକୋଣ ଡ଼୍ୟାନ୍ସ ଫାଉଣ୍ଡେସନର ଶିଳ୍ପୀଗଣଙ୍କ ପରିବେଷଣରେ ପ୍ରେମର ନିରନ୍ତରତାକୁ ନେଇ ପ୍ରସ୍ତୁତ ହୋଇଥିଲା କଥକ ଶୈଳୀରେ ଫିଦା। ଫିଦାର ପ୍ରଥମ ନିବେଦନ ଥିଲା ଗଣେଶ ସ୍ତୁତି। ପ୍ରେମରେ ଭାକ୍ତିକ ସମର୍ପଣର ଚେତନାକୁ ତୋଳି ଧରିଥିଲେ ଶିଳ୍ପୀଗଣ। ଏହାପରେ ପ୍ରେମରେ ଭାବ ଓ ଉଚ୍ଛ୍ୱାସର ତରଙ୍ଗକୁ ମଞ୍ଚରେ ଖେଳାଇ ଦେଇଥିଲେ ନୃତ୍ୟାଙ୍ଗନା। ସଙ୍ଗୀତ ସଂଯୋଜନାକୁ ନେଇ ଗଙ୍ଗା ଯମୁନା ଓ ସ୍ୱରସ୍ୱତୀଙ୍କର ତ୍ରୀବେଣୀକୁ ଗାୟନ ଓ ବାଦନରେ ଶିଳ୍ପୀ ପରସି ଦେଇଥିବା ବେଳେ କଥକର ଅନ୍ତିମ ପ୍ରସ୍ତୁତି ଥିଲା ପ୍ରେମର ସମ୍ମୋହ।
ପାଞ୍ଚଦିନ ବ୍ୟାପି କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଦୀପ ପ୍ରଜ୍ୱୋଳନ ପୂର୍ବକ ସଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷା. ସାହିତ୍ୟ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ୍‍ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ କୁମାର ଯାଦବ। ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ଅଧିକାରୀ, ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ଓ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ପରିଚାଳନାରେ ସହାୟତା କରିଥିଲେ।
ସେହିପରି ଚନ୍ଦ୍ରଭାଗାର ବେଳାଭୁମିରେ ଆନ୍ତର୍ଜାତୀୟ ବାଲୁକାକଳାର ସୁନ୍ଦର ପ୍ରଦର୍ଶନୀକୁ ଦେଖିବା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା। ଏବେ କୋଭିଡ଼ କଟକଣା ନିୟମ ଅନୁପାଳନରେ ସମସ୍ତଙ୍କୁ ସୃଙ୍ଖଳିତଭାବେ ପରିକ୍ରମା କରିବାର ସୁଯୋଗ ଦିଆଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories