www.samajalive.in
Monday, December 8, 2025
27.1 C
Bhubaneswar

ନାଗାର୍ଜୁନ ବେଶ ଦର୍ଶନ ପାଇଁ ମୋତେ ଡକାଯାଇ ନଥିଲା: ଶଙ୍କରାଚାର୍ଯ୍ୟ

ପୁରୀ: ନାଗାର୍ଜୁନ ବେଶ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ନିମନ୍ତ୍ରଣ କରି ନଥିଲା ବୋଲି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରକାଶ କରିଛନ୍ତି। ଏଥିପାଇଁ ଗତ ୨୭ ତାରିଖରେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ସେ ଯାଇ ନଥିବା ଗୁରୁବାର ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି। ଶଙ୍କରାନନ୍ଦ ମଠ ପୁନରୁଦ୍ଧାର ସମ୍ପର୍କିତ ଏକ ବୈଠକରେ ଯୋଗଦେଇ ସେ କହିଲେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବ କି ନାହିଁ ସେ ସମ୍ପର୍କରେ ପ୍ରଶାସନ ଏପର୍ଯ୍ୟନ୍ତ ତାଙ୍କ ସହ ଆଲୋଚନା କରି ନାହିଁ। ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କରିବା ଅଧିକାର ରାଜ୍ୟ ସରକାରଙ୍କ ନାହିଁ। ଜ୍ୟୋତିଷଶାସ୍ତ୍ର ଗଣନା ଏବଂ ନୂଆପାଞ୍ଜି ପ୍ରକାଶ ପରେ ୨୦୨୧ରେ ନାଗାର୍ଜୁନ ବେଶ ହେବ କି ନାହିଁ ଜଣାପଡ଼ିବ। ଶ୍ରୀମନ୍ଦିର ଉପରେ ସମସ୍ତ ଅଧିକାର ପୁରୀ ଶଙ୍କରାଚାର୍ଯ୍ୟଙ୍କର ରହିଥିବା ସେ ପ୍ରକାଶ କରିଛନ୍ତି। ସେ କହିଲେ ସମସ୍ତଙ୍କ ମିଳିତ ସହଯୋଗ ରହିଲେ ଐତିହ୍ୟ ସ୍ଥାନଗୁଡିକର ବିକାଶ ହୋଇପାରିବ। ଗବେଷକ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଲେ ପୁରୀରେ ପୂର୍ବରୁ ୭୫୨ ମଠ ଏବଂ ଆଶ୍ରମ ରହିଥିଲା। ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଅଭାବରୁ ତାହା ୩୭୪କୁ ହ୍ରାସ ପାଇଛି। ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଏକାମ୍ର କ୍ଷେତ୍ରରେ ୧୦୦ବର୍ଷ ପୂର୍ବେ ଶ୍ରୀଲିଙ୍ଗରାଜ ମନ୍ଦିର ନିର୍ମାଣ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ଉପାସନା ସହ ଏହି ମଠର ସ୍ବାମୀ ଜଡ଼ିତ ଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ ଶଙ୍କରାନନ୍ଦ ମଠର ଏକ ଶାଖାମଠ ରହିଥିଲା। ଭୁବନେଶ୍ବର ଐତିହ୍ୟ କରିଡର ଯୋଜନାରେ ତାହାକୁ ଭାଙ୍ଗି ଦିଆଯାଇଛି। ଢେଙ୍କାନାଳ କପିଳାସଙ୍କ ରୀତିନୀତି ମଠର ସ୍ବାମୀଜୀ ବୁଝୁଥିଲେ। ପୁରୀ ​‌​ଲୋକନାଥ ମନ୍ଦିର ଏହି ମଠ ମାର୍ଫତରେ ରହିଥିଲା। ଲୋକନାଥ ମନ୍ଦିର ସଂଲଗ୍ନ ଭୂସମ୍ପତ୍ତି ଶଙ୍କରାନନ୍ଦ ମଠର ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।  ଓଡ଼ିଶା ଐତିହ୍ୟ ପରିଷଦ ସମ୍ପାଦକ ଦେବୀପ୍ରସନ୍ନ ନନ୍ଦ, ସିଦ୍ଧାର୍ଥ ଆଚାର୍ଯ୍ୟ, ନୀଳକଣ୍ଠ ମିଶ୍ର, ଶ୍ରୀଜଗନ୍ନାଥ ମିଶ୍ର, ଦୁର୍ଗାପ୍ରସାଦ ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories