www.samajalive.in
Sunday, December 7, 2025
15.1 C
Bhubaneswar

ଏଭଳି ଏକ ହୋଟେଲ ; ଯେଉଁଠାରେ ଶୋଇବା ସମୟରେ କଡ ଲେଉଟାଇଲେ ଅନ୍ୟ ଦେଶରେ ଥାଆନ୍ତି ଲୋକେ

ଦୁନିଆରେ ଏଭଳି ବହୁ ହୋଟେଲ ରହିଛି, ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ ଓ ଅନନ୍ୟ। ଏହି ହୋଟେଲ ଗୁଡ଼ିକର ଗଠନ ମଧ୍ୟ ଖୁବ ବିଳାସପୂର୍ଣ୍ଣ ଓ ସୁନ୍ଦର। ମାତ୍ର ଆପଣ ଏଭଳି ଏକ ହୋଟେଲ ବିଷୟରେ ଜାଣିଛନ୍ତି କି ? ଯେଉଁଠାରେ ଶଯ୍ୟା ପରିବର୍ତ୍ତନ ଅଥବା ଶୋଇବା ସମୟରେ କଡ ଲେଉଟାଇବା ସମୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇପାରିବେ। ଆଜ୍ଞା ହଁ କଥାଟା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହି ହୋଟେଲ ନାମ ହେଉଛି ଆର୍ବେସ ହେଟେଲ।
ବାସ୍ତବରେ ଏହି ହୋଟେଲକୁ ଆର୍ବେସ ଫ୍ରାଙ୍କୋ ସୁଇସ ହୋଟେଲ ମଧ୍ୟ କୁହାଯାଏ। ହୋଟେଲଟି ଉଭୟ ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡ ସୀମାରେ ଥିବା ଲା କ୍ୟୁରେ ଅଞ୍ଚଳରେ ଅବସ୍ଥିତ। ଏହି ହୋଟେଲ ଉଭୟ ଦେଶରେ ଅବସ୍ଥିତ, ତେଣୁ ଏହାର ୨ଟି ଠିକଣା ରହିଛି।
ଏହି ହୋଟେଲର ବିଶେଷତ୍ୱ ହେଉଛି, ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡର ସୀମା ଏହି ହୋଟେଲ ଦେଇ ଯାଇଥାଏ। ଲୋକମାନେ ଏହି ହୋଟେଲ ଭିତରକୁ ଯିବା ମାତ୍ରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି।
ଉଭୟ ଦେଶର ସୀମାକୁ ଦୃଷ୍ଟିରେ ରଖି ଆର୍ବେସ ହୋଟେଲର ବିଜାଜନ କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହୋଟେଲର ବାରଟି ସ୍ୱିଜରଲ୍ୟାଣ୍ଡରେ ରହିଥିବା ବେଳେ ଏହା ଗାଧୁଆ ଘର ଫ୍ରାନ୍ସରେ ରହିଛି।
ଏହି ହୋଟେଲରେ ଥିବା ସମସ୍ତ କୋଠରୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। କୋଠରୀଗୁଡ଼ିକରେ ଡବଲ ବେଡ ଏପରି ଭାବରେ ସଜାଯାଇଛି ଯେ ସେମାନଙ୍କ ମଧ୍ୟରୁ ଅଧା ଫ୍ରାନ୍ସରେ ଏବଂ ଅଧା ସ୍ୱିଜରଲ୍ୟାଣ୍ଡରେ। ଏହାସହ କୋଠରୀଗୁଡ଼ିକରେ ଥିବା ତକିଆ ମଧ୍ୟ ଦୁଇ ଦେଶ ଅନୁଯାୟୀ ଭିନ୍ନ ଭାବରେ ରଖାଯାଇଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories