www.samajalive.in
Monday, December 8, 2025
24.1 C
Bhubaneswar

ପୂର୍ବତଟ ରେଳପଥର ୨୫ ଟ୍ରେନ୍ ଚଳାଚଳ ସମୟରେ ପରିବର୍ତ୍ତନ

ଭୁବନେଶ୍ବର  : ୨୫ ଟ୍ରେନ୍ ଓ ୩ ଯୋଡା ବିଶେଷ ଟ୍ରେନ୍ର ଚଳାଚଳ ସମୟ ପରିବର୍ତ୍ତନ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଶନିବାର ପୂର୍ବାହ୍ନ ୯.୩୦ ମିନିଟ୍‌ରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଛାଡିବାକୁ ଥିବାବେଳେ ଏହା ସକାଳ ୭.୧୫ମିନିଟ୍‌ରେ ଛାଡିବ। ‌ବୁଧବାର ଏବଂ ରବିବାର ପୂର୍ବାହ୍ନ ୯.୩୦ ମିନିଟ୍‌ରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଛାଡିବାକୁ ଥିବାବେଳେ ଏହା ପୂର୍ବାହ୍ନ ୧୧.୩୫ ମିନିଟ୍‌ରେ ଛାଡିବ। ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ରାତି ୧୧.୫ ମିନିଟ୍‌ରେ ଭୁବନେଶ୍ବର ଛାଡିବ।

କୋଣାର୍କ ଏକ୍ସପ୍ରେସ୍‌ ରାତି ୧୧.୧୫ ମିନିଟ୍‌ରେ ଭୁବନେଶ୍ବରରେ ପହଞ୍ଚିବ। ସିକନ୍ଦରାବାଦ-ଭୁବନେଶ୍ବର, ଗୁଆହାଟି- ସିକନ୍ଦରାବାଦ ଏବଂ ସିଲ୍‌ଦିହ-ପୁରୀ ବିଶେଷ ଟ୍ରେନ୍‌ର ଚଳାଚଳ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ ଡିସେମ୍ବର ୩ରେ ସିକନ୍ଦରାବାଦରୁ ଅପରାହ୍ଣ ୪.୫୦ ମିନିଟ୍‌ରେ ଛାଡି ରାତି ୩.୨୫ ମିନିଟ୍‌ରେ ଭୁବନେଶ୍ବରରେ ଆସି ପହଞ୍ଚିବ। ଫେରିବା ଦିଗରେ ଭୁବନେଶ୍ବରରୁ ସକାଳ ୮.୪୫ ମିନିଟ୍‌ରେ ଛାଡି ସିକନ୍ଦରାବାଦରେ ରାତି ୭.୩୦ ମିନିଟ୍‌ରେ ପହଞ୍ଚିବ।

- Advertisement -

ଗୁଆହାଟି-ସିକନ୍ଦରାବାଦ ପାର୍ବଣ ସ୍ବତନ୍ତ୍ର ଟ୍ରେନ୍ ଗୁଆହାଟିରୁ ଡିସେମ୍ବର ୩ରୁ ୩୧ ପର୍ୟ୍ୟନ୍ତ ପ୍ରତି ଗୁରୁବାର ସିକନ୍ଦରାବାଦ ଅଭିମୁଖେ ଛାଡିବ। ସିକନ୍ଦରାବାଦରୁ ଗୁଆହାଟି ଅଭିମୁଖେ ଡିସେମ୍ବର ୫ରୁ ଜାନୁଆରୀ ୨ ପର୍ୟ୍ୟନ୍ତ ପ୍ରତି ଶନିବାର ଛାଡିବ। ସିଲ୍‌ଦିହ- ପୁରୀ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ ସିଲ୍‌ଦିହରୁ ପ୍ରତି ସୋମବାର ଏବଂ ଶୁକ୍ରବାର ରାତି ୮ଟାରେ ଛାଡି ପୁରୀରେ ଆସି ଅପରାହ୍ଣ ୩.୫୫ ମିନିଟ୍‌ରେ ଲାଗିବ। ଫେରିବା ଦିଗରେ ପ୍ରତି ମଙ୍ଗଳବାର ଏବଂ ଶନିବାର ପୁରୀରୁ ରାତି ୭.୨୦ ମିନିଟ୍‌ରେ ବାହାରି ସିଲ୍‌ଦିହରେ ଅପରାହ୍ଣ ୪.୫ମିନିଟ୍‌ରେ ପହଞ୍ଚିବ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories