www.samajalive.in
Tuesday, December 9, 2025
17.1 C
Bhubaneswar

ଆଜିଠୁ ୮ ତାରିଖ ଯାଏ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ, ମାଓ ଅଧ୍ୟୁଷିତ ଜିଲାଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର : ଆଜିଠାରୁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ। ଡିସେମ୍ବର ୨ରୁ  ଆସନ୍ତା ୮ ତାରିଖ ଯାଏ ଏହି ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ଅଧ୍ୟୁଷିତ ଜିଲା ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପିଏଲଜିଏ ସପ୍ତାହକୁ ଆଖିଆଗରେ ରଖି ପୁଲିସ ସୀମାକୁ ସିଲ କରିଦେଇଛି। ବିଏସଏଫ, ଏସଓଜି ଓ ଡିଭିଏଫ ଯବାନମାନେ ଜୋରଦାର କୁମ୍ବିଂ କରୁଥିବା ଦେଖିବାକୁ ମିଳିଛି। ସୀମାରେ ଅଚିହ୍ନା ଲୋକଙ୍କର ଯାନବାହାନ ଯାଞ୍ଚ କରାଯାଉଛି।

ପିଏଲଜିଏ ସପ୍ତାହ ପାଳନ ବେଳେ ମାଓବାଦୀ ପୋଲିସ ଏନକାଉଣ୍ଟରରେ ନିହତ ସାଥିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରି ଥାଆନ୍ତି । ଏଥିରେ ସାମିଲ ହେବାରୁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେବା ସହ ସ୍ଥାନୀୟ ଯୁବକମାନଙ୍କୁ ମାଓ ସଙ୍ଗଠନରେ ସାମିଲ ହେବାକୁ ମାଓବାଦୀମାନେ କହିଥାନ୍ତି। କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପୁଲିସ, ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କହିଛି। ନକ୍ସଲ ପିଏଲଜିଏ ସପ୍ତାହ ବେଳକୁ ବିଭିନ୍ନ ସ୍ଥାନରେ ହିଂସା ଘଟାଇଥାନ୍ତି । ସେପଟେ ପୁଲିସ ପକ୍ଷରୁ ଯାନବାହାନ ଚଳାଚଳକୁ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ, ନକ୍ସଲଙ୍କ ସହିଦ ସପ୍ତାହ କିମ୍ବା ପିଏଲଜିଏ ସପ୍ତାହ ପାଳନ ବେଳେ ସରକାରୀ ବସଗୁଡିକ ବନ୍ଦ ରହୁଛି। ତେଣୁ ପୁଲିସ ଏନେଇ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories