www.samajalive.in
Monday, December 8, 2025
27.1 C
Bhubaneswar

ଅର୍ଥନୀତି କିଛିଟା ସୁଧାର ଆସିବା ପରେ, ରାଜ୍ୟରେ ଆର୍ଥିକ କଟକଣାରେ କୋହଳ

ଭୁବନେଶ୍ୱର : ରାଜ୍ୟରେ ଲାଗୁ ହୋଇଥିବା ଆର୍ଥିକ କଟକଣାରେ କିଛିମାତ୍ରାରେ କୋହଳ କରାଯାଇଛି। କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ ହଟାଇଛି ରାଜ୍ୟ ଅର୍ଥ ବିଭାଗ । ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି ।ଗତ ଜୁଲାଇ ୭ ତାରିଖରେ ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ କଟକଣା ଲଗାଇଥିଲା ଅର୍ଥ ବିଭାଗ । ମହାମାରୀ ଯୋଗୁ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଥିବାରୁ ଏଭଳି କଟକଣା ଲଗାଯାଇଥିଲା । ଏବେ ଅର୍ଥନୀତିରେ କିଛିଟା ସୁଧାର ଆସିଥିବାରୁ ଏହି କଟକଣାକୁ କୋହଳ କରିଛି ଅର୍ଥ ବିଭାଗ ।

 

- Advertisement -

ଅର୍ଥ ବିଭାଗର ଆର୍ଥିକ ମିତବ୍ୟୟତା କଟକଣାକୁ ନେଇ ସରକାର ଗତ ସାଢ଼େ ୪ମାସ ହେଲା ବିରୋଧୀଙ୍କ ଶରବ୍ୟ ହୋଇଥିଲେ। ଏନେଇ ମଙ୍ଗଳବାର ଅର୍ଥ ବିଭାଗପକ୍ଷରୁ ଏକ କୋହଳ ମିତବ୍ୟୟିତା ଜାରି କରାଯାଇଛି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଯେଉଁ ନିର୍ଦେଶନାମା ଜାରି କରିଛନ୍ତି ସେଥିରେ ସରକାରୀ କାର୍ଯ୍ୟାଳୟ ମରାମତି, ନୂତନ ଟେଣ୍ଡର ପ୍ରକ୍ରିୟା ସହିତ ସରକାରୀ ଚାକିରିଆଙ୍କୁ ଗାଡି କିଣିବା ପାଇଁ ଋଣ ପ୍ରଭୃତିର ବ୍ୟବସ୍ଥା କରାଯାଇଛି। ନିଯୁକ୍ତି ପାଇଁ ଆଶା ବାନ୍ଧିଥିବା ଲକ୍ଷାଧିକ ବେକାର ଯୁବକଯୁବତୀଙ୍କ କ୍ଷେତ୍ରରେ ଏହା କୌଣସି ପ୍ରକାର ଲାଭଦାୟକ ହେବ ନାହିଁ।

ଏହାବାଦ୍ ରାଜ୍ୟରେ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥାଦ୍ବାରା କାର୍ଯ୍ୟରତ ପ୍ରାୟ ଅଢ଼େଇଲକ୍ଷ ଠିକା କର୍ମଚାରୀଙ୍କ ପାଇଁ କୌଣସି ନୂତନତ୍ବ ନାହିଁ। ତେଣୁ ଅର୍ଥ ବିଭାଗର ଏହି କୋହଳ ନୀତି କାହା ସ୍ବାର୍ଥରେ ବୋଲି ବିରୋଧୀ ସମାଲୋଚନା କରିଛନ୍ତି। ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ମୀନା ସବୁ ବିଭାଗକୁ ଜାରି କରିଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ଜୁଲାଇ ୭ରେ ଅର୍ଥ ବିଭାଗ ପକ୍ଷରୁ ଯେଉଁ ଆର୍ଥିକ ମିତବ୍ୟୟତା ଜାରି କରଯାଇଥିଲା ତାକୁ ସରକାରଙ୍କ ପକ୍ଷରୁ ବିଚାର ପରେ କିଛି କୋହଳ କରାଯାଇଛି। ଡିଜିଟାଲ କମ୍ୟୁନିକେସନକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବିଭାଗଗୁଡିକ ଏ‌େ‌ବ ତାହା ସଂଗ୍ରହ କରିପାରିବେ। ସରକାରଙ୍କ ପୂର୍ବ ନିର୍ଦେଶନାମା ଅନୁଯାୟୀ ଟେଣ୍ଡର ଫ୍ଲୋଟିଂ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୀନା ଦର୍ଶାଇଛନ୍ତି।

ଅର୍ଥ ବିଭାଗର ଏହି ନିର୍ଦେଶନାମାକୁ ନେଇ ବିଜେପି ରାଷ୍ଟ୍ରୀୟ ଯୁବମୋର୍ଚ୍ଚାର ଉପସଭାପତି ଠାକୁର ରଣଜିତ ଦାସ କହିଛନ୍ତି ଯେ ଅର୍ଥ ବିଭାଗ ପୁଣି ଥରେ ଯୁବଗୋଷ୍ଠୀକୁ ନିରାଶ କରିଛି। ଯୁବକଂଗ୍ରେସ ରାଜ୍ୟ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଯୁବକଯୁବତୀଙ୍କ ଲାଗି ନିଯୁକ୍ତି କୋହଳ କରା ନଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏହାକୁ ସ୍ବାଗତ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories