www.samajalive.in
Thursday, December 11, 2025
23.1 C
Bhubaneswar

ନାଲ୍‌କୋର ନୂତନ ନିର୍ଦେଶକ (ଉତ୍ପାଦନ)ଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭା​‌ବେ ବିଜୟକୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ଦାସ ନିଗମ କାର୍ଯ୍ୟାଳୟଠାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଭା​‌​‌ବେ କାର୍ଯ୍ୟ କରି ଆସୁଥିଲେ।

ଆର.ଇ.ସି, ରାଉରକେଲା (ବର୍ତ୍ତମାନର ଏନ.ଆଇ.ଟି.)ରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ ଶ୍ରୀ ଦାସ ୧୯୮୪ ମସିହାରେ ପ୍ରଥମ ବ୍ୟାଚ୍ ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି ଭାବେ ନାଲକୋରେ କାର୍ଯ୍ୟ ଆରମ୍ଭ କରିଥିଲେ। ଅନୁଗୋଳସ୍ଥିତ ନାଲକୋର କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟରେ ବିଭିନ୍ନ ପଦରେ ସେ ପ୍ରକଳ୍ପ ପ୍ରାରମ୍ଭରୁ କାର୍ଯ୍ୟ କରି ଆସୁଥିଲେ। ପରେ ନିଗମ କାର୍ଯ୍ୟାଳୟରେ ମହାପ୍ରବନ୍ଧକ (ବିଜିନେସ୍ ଡେଭଲପମେଣ୍ଟ୍) ଭାବେ ଗୁରୁତ୍ୱପୂର୍ଣ୍ଣ ବଭାଗର ଦାୟିତ୍ୱ ନିର୍ବାହ ସହ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଭାବେ କାର୍ଯ୍ୟ କରି ଆସୁଥିଲେ। ନାଲକୋରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ତଥା ନବୀକରଣ ଶକ୍ତି ପ୍ରକଳ୍ପକୁ ଏକ ନୂତନ ଦିଗ ଦେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ନିର୍ଦ୍ଦେଶକ (ଉତ୍ପାଦନ) ଭାବରେ ଯୋଗଦେବା ସହିତ ନାଲକୋର ପରିଚାଳନା ପରିଷଦ ଆହୁରି ମଜବୁତ ହୋଇପାରିଛି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories