www.samajalive.in
Monday, December 8, 2025
27.1 C
Bhubaneswar

ବଳମ ସାପ୍ତାହିକ ବଜାର: ଜାଲ୍‍ ରଶିଦ ଜରିଆରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ

ଦେବଗଡ଼: ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ସାପ୍ତାହିକ ବଜାର(ଗୋରୁ ହାଟ)ରେ ଜାଲ୍‍ ରସିଦ ଜରିଆରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ହେଉଥିବା ଜଣାପଡ଼ିଛି। ସେହିପରି ଅନ୍ୟକେହି ନୁହେଁ ବରଂ ଖୋଦ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀଙ୍କ ଜ୍ଞାତସାରରେ ଏଭଳି ଅର୍ଥ ଆତ୍ମସାତ ହେଉଥିବାରୁ ଉଭୟଙ୍କ ଭୂମିକା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥୀକ ବର୍ଷ ନିମନ୍ତେ ହୋଇଥିବା ସାପ୍ତାହୀକ ବଳମ ବଜାରର ଚୁକ୍ତି ଗତ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ମାତ୍ର କୋଭିଡ କଟକଣାକୁ ଦୃଷ୍ଟିରେ ରଖି ୨୦୧୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ନୂତନ ନିଲାମ ବା ଚୁକ୍ତି କରାଯାଇପାରି ନ ଥିଲା। ତେବେ ପରବର୍ତ୍ତୀ ସମୟରେ ବଳମ ଗ୍ରାମପଞ୍ଚାୟତରେ ଏନେଇ ସରପଞ୍ଚ ବର୍ଷାରାଣୀ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାସହ ପଞ୍ଚାୟତ କର୍ତ୍ତୃପକ୍ଷ ଏହି ବଜାରରୁ ଚଳାଇବା (ରାଜସ୍ୱ ଅଦାୟ କରିବା) ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ୪ ପାଳି ହେଲା ପଞ୍ଚାୟତ କର୍ତ୍ତୃପକ୍ଷ ବଳମ ବଜାର ସମେତ ଗୋରୁହାଟ ବାବଦକୁ ରାଜସ୍ୱ ଆଦାୟ କରୁଛନ୍ତି। ମାତ୍ର ଏହି ରାଜସ୍ୱ ଆଦାୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଆଜି ଉକ୍ତ ସାପ୍ତାହୀକ ବଜାରରେ ଗୋରୁ କ୍ରେତା ମାନଙ୍କୁ କ୍ରମିକ ସଂଖ୍ୟା ଉଲ୍ଲେଖ ନଥିବା ଓ ସେଥିରେ କାହାରି ଦସ୍ତଖତ ନଥିବା ରସିଦ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଥିଲା। ତେବେ ହାତ ଗଣତି କେତୋଟି ମାତ୍ର ରସିଦରେ ସରପଞ୍ଚ ବର୍ଷାରାଣୀ ମୁଣ୍ଡାଙ୍କ ଦସ୍ତଖତ ରହିଥିଲେ ହେଁ ସେଥିରେ କ୍ରମିକ ସଂଖ୍ୟା ଉଲ୍ଲେଖ ନଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ଜାଲ୍‍ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଦସ୍ତଖତ ଓ କ୍ରମିକ ସଂଖ୍ୟା ସମ୍ବଳିତ ରସିଦ ନ ଦେଇ ଏଭଳି ଜାଲ ରସିଦ ପ୍ରଦାନ କରାଯାଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରାଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବଳମ ପଞ୍ଚାୟତର ସରପଞ୍ଚ ବର୍ଷାରାଣୀ ମୁଣ୍ଡାଙ୍କ ମତାମତ ଲୋଡିବାରୁ ସେ ବଳମ ବଜାରରୁ ଟିକସ (ରାଜସ୍ୱ)ଆଦାୟ କରିବା।ପଇଁ ପଞ୍ଚାୟତ କାର୍ଯୟାଳ୍ୟ ପକ୍ଷରୁ ୨ଟି ରସିଦ ବହ ପ୍ରସତୁତ କରଯାଇଥିଲା ଓ ତହିଁରେ କ୍ରମିକ ସଂଖ୍ୟା ଓ ଦସ୍ତଖତ ରହିଥିବା ଉତ୍ତର ଦେବା ସହ ବିନା ଦସ୍ତଖତ ଓ ବିନା କ୍ରମିକ ନମ୍ବର ରଶିଦ କେଉଁଠୁ ଆସିଲା ତାହା ଜାଣନ୍ତି ନାହିଁ ବୋଲି ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ବଳମ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶ୍ୱିନୀ ଦେଓଙ୍କ ମତାମତ ଲୋଡିବାରୁ ବଳମ ବଜାରରୁ ରାଜସ୍ୱ ଅଦାୟ ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସରପଞ୍ଚ କିମ୍ବା ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଏବଂ କ୍ରମିକ ସଂଖ୍ୟା ସମ୍ବଳିତ ରସିଦ ବହି ଯୋଗାଇ ଦିଆଯାଇଥିବା ଦର୍ଶାଇ କ୍ରେତା ମାନଙ୍କୁ ଯଦି କ୍ରମିକ ନମ୍ବର ଓ ଦସ୍ତଖତ ନଥିବା ରସିଦ ପ୍ରଦାନ କରାଯାଉଛି ତେବେ ତାହା ଜାଲ ରସିଦ ହୋଇଥିବ ବୋଲି ଉତ୍ତର ଦଇଛନ୍ତି। ତେବେ ଏଭଳି ଅନିୟମିତତାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦେଓ ସଫେଇ ଦେଇଛନ୍ତି। ଏଣୁ ଖୋଦ ଦେବଗଡ ଜିଲାପାଳ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

- Advertisement -

 

 

 

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories