www.samajalive.in
Monday, December 8, 2025
27.1 C
Bhubaneswar

ହାତୀ ମୃତ, ମୃତ୍ୟୁର କାରଣ ଅସ୍ପଷ୍ଟ

ଧମା/ମାନେଶ୍ୱର,୩୦ା୧୧(ନି.ପ୍ର): ସଦର ରେଞ୍ଜ ଧମା ଥାନା ଅନ୍ତର୍ଗତ ଯାଦୁଲୁଇସିଂ-ପୁରୁଣାପାଣି ନିକଟସ୍ଥ ବିଛଲୁ ଡୁଙ୍ଗୁରିରେ ସୋମବାର ଏକ ମୃତ ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ହାତୀଟି କେଉଁ କାରଣରୁ ମୃତ୍ୟୁ କରିଛି ତାହା ଅସ୍ପଷ୍ଟ। ଆଜି ମାନେଶ୍ୱର ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଉମାକାନ୍ତ ସାହୁ ଓ ତାଙ୍କ ସହଯୋଗୀ ମୃତ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ସମ୍ବଲପୁର ଡିଏଫଓ ଡ. ସଞ୍ଜିତ କୁମାର, ଏସଇଏଫ ମଦନଲାଲ ଶର୍ମା ଓ ସଦର ରେଞ୍ଜର ଗୌରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ହାତୀର ବୟସ ହାରାହାରି ୧୦ ବର୍ଷ ହେବ। ଦନ୍ତା ହାତୀ ଅସୁସ୍ଥ ଥିବା ଅନୁମାନ କରାଯାଉଛି। କୌଣସି ରୋଗ କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଥାଇପାରେ। ଏହି ଅଞ୍ଚଳରେ ୫ ଦିନ ପୂର୍ବରୁ ୧୫ ପଟ ହାତୀ ଧାନ ଫସଲ ନଷ୍ଟ କରିଦେଇଛନ୍ତି। ଏହି ୧୫ ପଟ ହାତୀରୁ ଗୋଟିଏ ହାତୀ ସେଠାରୁ କୌଣସି କାରଣରୁ ଯାଇପାରିନାହିଁ। ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିଲେ ହାତୀର ମୃତ୍ୟୁର କାରଣ ଜଣାପଡିବ ବୋଲି ସଦର ରେଞ୍ଜର ଗୌରି ଦାସ କହିଛନ୍ତି। ଏଠାରେ ବନ୍ୟଜନ୍ତୁଙ୍କୁ ମାରିବା ପାଇଁ ବିଦ୍ୟୁତ ତାର ବିଛାଯାଉଛି। ବନବିଭାଗର ସବୁ ବିଟରେ ଫରେଷ୍ଟଗାର୍ଡ ଓ ଫରେଷ୍ଟର ନିୟୋଜିତ କରାଯାଉଛି। ହେଲେ ବନ ବିଭାଗର ଉଦାସୀନତା ଯୋଗୁଁ ପ୍ରତି ୩ ମାସରେ ଗୋଟିଏ ହାତୀର ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। କିଛି ମାସ ପୂର୍ବରୁ ଏହି ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ରେଢାଖୋଲ ଅଞ୍ଚଳରେ ହାତୀକୁ ଗୁଳି ମାଡ଼ ହୋଇଥିଲା ଓ ଯୁଯୋମୁରା ଅଞ୍ଚଳ ହାତୀବାରୀ -ଧମା ରାସ୍ତା ନିକଟରେ ହାତୀର ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ ହାତୀ ଉପଦ୍ରବ କରିବା ସବୁଦିନିଆ ହୋଇଯାଇଛି। ବନବିଭାଗର ନିରବଦ୍ରଷ୍ଟାରେ କେତେକ ଦୁର୍ବୃତ୍ତ ହାତୀ ଶିକାର କରିବାରରେ ଲାଗି ପଡିଛନ୍ତି। ପୁଲିସରେ ଯେମିତି ରାତିରେ ହୋମ ଗାର୍ଡ ନିୟୋଜିତ କରାଯାଉଛି ସେହିପରି ବନ ବିଭାଗରେ ରାତିରେ ବନବିଭାଗ ତରଫରୁ ନିୟୋଜିତ କରାଯିବାକୁ ଦାବି ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories