www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ଼ ରୋଗୀ ସଂଖ୍ୟା ହ୍ରାସ ସତ୍ବେ ସଜାଗ ରହିବା ଆବଶ୍ୟକ: ପରାମର୍ଶ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: କୋଭିଡ଼ ୧୯ ସଂକ୍ରମିତଙ୍କ ସଂଖ୍ୟା କିଛି ଦେଶରେ ହ୍ରାସ ପାଇଛି । ମାତ୍ର ଏହାକୁ ନେଇ ଆଦୌ ଉତ୍ସାହିତ ହେବାର ଆବଶ୍ୟକ ନାହିଁ । ଏଥିପାଇଁ ସତର୍କ ଓ ସଜାଗ ରହିବାର ଆବଶ୍ୟକତା ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଜଣେ ବରିଷ୍ଠ ଅଧିକାରୀ ୱାନ କେର୍ଖୋଭ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ  ଯେହେତୁ ସଂକ୍ରମିତଙ୍କ ସଂଖ୍ୟା  ହ୍ରାସ ପାଉଛି, ସମସ୍ତ ଦେଶ ସଜାଗ ରହିବା ଆବଶ୍ୟକ। ସଂକ୍ରମଣ ହ୍ରାସ ପାଇବା ଭଲ ଲକ୍ଷଣ, ମାତ୍ର ଏହା କରୋନା ଦୂରେଇ ଯାଉଛି ବୋଲି ଭାବିବା ଅନୁଚିତ । ଆଗପଛ ଚିନ୍ତାକରି ଏ ସମ୍ପର୍କରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କେର୍ଖୋର୍ଭ କହିଛନ୍ତି ।

- Advertisement -

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ମୋଟ ସଂଖ୍ୟା ୬୧.୫  ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ୧.୪୪ ନିୟୁତରୁ ଅଧିକ ହୋଇଛି। ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE)  ସୂଚନା ଅନୁସାରେ ୯୩.୦୯ ଲକ୍ଷ ମାମଲା ସହ ଭାରତ ଏବେ ସାରା ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି ଓ ମୃତ୍ୟୁ ସଂଖ୍ୟା୧,୩୫,୭୧୫ରେ ପହଞ୍ଚିଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories