www.samajalive.in
Tuesday, December 9, 2025
17.1 C
Bhubaneswar

ଆତ୍ମାହୁତି ବନାମ ବହିଷ୍କାର: ମୁଲତବୀରେ ବିତୁଛି ଶୀତକାଳୀନ ଅଧିବେଶନ

କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ବିଧାନସଭାର ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ପୂରଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଚଳିତ ଶୀତକାଳୀନ ଅଧିବେଶନ ପ୍ରଥମରୁ ଘୋର ବିରୋଧର ସମ୍ମୁଖୀନ ହୋଇଛି। ଏହି ଶୀତକାଳୀନ ଅଧିବେଶନରେ ଆଜି ସୁଦ୍ଧା ତିନୋଟି ମାମଲାରେ ନ୍ୟାୟ ଭିକ୍ଷା କରି ରାଜ୍ୟର ବିଭିନ୍ନ ଅଂଚଳରୁ ବ୍ୟକ୍ତିବିଶେଷ ଆତ୍ମାହୁତି ପାଇଁ ଉଦ୍ୟମ କରିବା ଘଟଣା ଓ ବିଶେଷ ଭାବେ ନୟାଗଡ଼ର ଜଣେ କୋମଳମତି ଶିଶୁ ପରୀ ହତ୍ୟାକାଣ୍ଡକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଯୋଗୁ ବିଧାନସଭା ଭିତରେ ଓ ବାହାରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। କେବଳ ସେତିକି ନୁହେଁ, ସାରା ଦେଶରେ ଏହି ସବୁ ପ୍ରସଙ୍ଗକୁ ନେଇ ଓଡିଶା ମଧ୍ୟ ଚର୍ଚ୍ଚାରେ ରହିଛି।

ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳର ଜଣେ ମହିଳା ଓ ତାଙ୍କ ସାନ ପୁଅ କିରୋସିନି ଢାଳି ହୋଇ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି। ଏକ ବର୍ଷ ପୂର୍ବେ ଇଞ୍ଜିନିଅରିଂ ପୁଅ ଅମୃତ ଦାଶ ହତ୍ୟା ମାମଲାରେ ପୁଲିସର ହାଲକା ତଦନ୍ତ ଓ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବା ଅଭିଯୋଗ କରି ମା’ ସୁଲୋଚନା ଦାଶ ଓ ସାନ ପୁଅ ସୁବ୍ରତ ଦାସ ଆତ୍ମାହୁତି ଉଦ୍ୟମ କରିଥିଲେ। ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ତାଙ୍କ ବାପ ଓ ମା’ ନ୍ୟାୟ ଭିକ୍ଷା କରି ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିବା ବେଳେ ଗତକାଲି ଆଠଗଡ଼ ଅଂଚଳର ଜାଲ ଋଣର ଶିକାର ହୋଇଥିବା ୩ ଜଣ ଚାଷୀ କିରୋସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ।

- Advertisement -

ତେବେ ଏସବୁ ଘଟଣାରେ ବିରୋଧୀଙ୍କ ଗୃହ ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ ଓ ଶାସକ ଦଳର ନୀରବତା ଘଟଣାସମୂହକୁ ଅଧିକ ଜଟିଳ କରୁଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ନିମନ୍ତେ ବସିଥିବା ବିଧାନସଭା ଅଧିବେଶନ କେବଳ ମୁଲତବୀରେ ସୀମିତ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories