www.samajalive.in
Friday, December 5, 2025
23.1 C
Bhubaneswar

ବାଲ୍ୟ ବିବାହକୁ ରୋକିବା ପାଇଁ ସୂଚନା ପ୍ରଦାନକାରୀଙ୍କୁ ୫ ହଜାର ଟଙ୍କାର ପ୍ରୋତ୍ସାହନ : ଜିଲାପାଳ

ଯାଜପୁର : ବାଲ୍ୟ ବିବାହକୁ ରୋକିବାକୁ ସୂଚନା ପ୍ରଦାନକାରୀଙ୍କୁ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ଚକ୍ରର୍ବୀ ସିଂ ରାଠୋର ସୂଚନା ପ୍ରଦାନ କରିଛନ୍ତି। ବୁଧବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ସମ୍ୱନ୍ଧୀୟ ଜିଲା ସ୍ତରୀୟ ଟାସ୍କ ପୋଂର୍ସ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ରାଠୋର ବାଲ୍ୟ ବିବାହ ଏକ ଅପରାଧ ଓ ବେଆଇନ କାର୍ଯ୍ୟ ବୋଲି କହିଥିଲେ ।  ଆଇନ ଅନୁସାରେ ବାଲ୍ୟ ବିବାହ କ୍ଷେତ୍ରରେ ଉଭୟ ବର ଓ କନ୍ୟାଙ୍କ ପିତା, ମାତା ବିବାହ କାର୍ଯ୍ୟର ମଧ୍ୟସ୍ଥି, ପୁରୋହିତ, ଟେଣ୍ଟ, ଲାଇଟ, ସାଉଣ୍ଡ ଇତ୍ୟାଦି ଓ ବର ଯଦି ସାବାଳକ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛନ୍ତି।  ଅପରପକ୍ଷରେ ବାଲ୍ୟ ବିବାହ ଦ୍ୱାରା ସଂପୃକ୍ତ ନାବାଳିକାଟି ମାନସିକ, ଶାରୀରିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। କେବଳ ସରକାରୀ ବ୍ୟବସ୍ଥା ଏହାକୁ ପ୍ରତିହତ କରିପାରିବ ନାହିଁ। ଗ୍ରାମ ସ୍ତରରୁ ଜିଲାସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।  ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା, ଝିଅ ମାନଙ୍କର ତଥ୍ୟ ନିରନ୍ତର ଭାବେ ରଖିବା ଝିଅ ପିଲା ମାନଙ୍କୁ ବିଭିନ୍ନ ଯୋଜନା ଯଥା- ସୁକନ୍ୟା ଇତ୍ୟାଦି ଯୋଜନାରେ ସାମିଲ କରିବା ସେମାନଙ୍କୁ ଶିକ୍ଷା ବା ଧନ୍ଦା ମୂଳକ ଶିକ୍ଷାରେ ସାମିଲ କରିବା ଦ୍ୱାରା ବାଲ୍ୟ ବିବାହକୁ ରୋକା ଯାଇପାରିବ ବୋଲି ଜିଲାପାଳ କହିଥିଲେ ।  ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ, ଅନୁସୂଚିତ ଜନଜାତି ବହୁଳ ଅଳ ଦାନଗଦୀ ଓ ସୁକିନ୍ଦାରେ ଯେହେତୁ ବାଲ୍ୟ ବିବାହର ସଂଖ୍ୟା ଅଧିକ ରହୁଛନ୍ତି , ସେଠାରେ ବ୍ୟାପକ ସଚେତନତା କରିବା, ଡ୍ରପ୍ ଆଊଟ ପିଲାଙ୍କ ସଂପର୍କରେ ସୂଚନା ରଖିବା, ଗୋଷ୍ଠୀ ସ୍ତରରେ ବାଲ୍ୟ ବିବାହର ଅପକାରିତା ସଂପର୍କରେ ଅବଗତ କରାଇବା, ଆର୍ଥିକ ଅନଗ୍ରସର ଥିବା ୧୪ ବର୍ଷରୁ ୧୮ ବର୍ଷ ମଧ୍ୟର ବାଳିକା ମାନଙ୍କୁ ଡି.ଏମ୍.ଏଫ୍ ରୁ ଆର୍ଥିକ ସହଯୋଗ ଦେବାକୁ ନିଷ୍ପତ୍ତି ନିଆଗଲା। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର, ସମାଜସେବୀ ଡା. ରାଜ କିଶୋର ପଣ୍ଡା, ପ୍ରୋଗ୍ରାମ ଅପିଂସର ମଞ୍ଜୁଳା ରଥ, ଜିଲାପାଳ ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଅତିରିକ୍ତ ଜିଲା ସମାଜ କଲ୍ୟାଣ ଅଧିକାରୀ, ସୁବାଷ ଚନ୍ଦ୍ର ସାମଲ, ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା ତପନ ପଣ୍ଡା , କର୍ମକର୍ତ୍ତା କାଳନ୍ଦୀ ଚରଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।  ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲାରେ ବାଲ୍ୟ ବିବାହର ସ୍ଥିତି ସଂପର୍କରେ ଅବଗତ କରାଇବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ସୂଚନା ଯୋଗ୍ୟ ଯେ, ଗ୍ରାମ, ପାଞ୍ଚାୟତ ଓ ବ୍ଳକ୍ ସ୍ତରରେ ବାଲ୍ୟ ବିବାହ ରୋକିବା ପାଇଁ ଟାସ୍କ ପୋଂର୍ସ କମିଟି ଗଠନ ଓ ସାଳନ ପାଇଁ ଜିଲାପାଳ ସମସ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories