www.samajalive.in
Monday, December 8, 2025
27.1 C
Bhubaneswar

ବଞ୍ଚିଛି ମାନବିକତା : ପ୍ରବାସୀ ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କଲେ ଗ୍ରାମବାସୀ

ରେଙ୍ଗାଲି : ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉ ଅବା ଅଜାତି କାରଣରୁ ଆତ୍ମୀୟ ସ୍ବଜନ ଚାରି କାନ୍ଧ ଦେଉନଥିବା ବେଳେ ଜଣେ ପ୍ରବାସୀ ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କରି ଗ୍ରାମବାସୀ ଉଦାହରଣ ସୃଷ୍ଟି କରିଛନ୍ତି। ଯାହା ଆଜି ବି ସମାଜରେ ମାନବିକତା ବଞ୍ଚି ରହିଛି ବୋଲି ସ୍ପଷ୍ଟ କରୁଛି । ଅତାବିରା ନିର୍ବାଚନ ମଣ୍ଡଳୀର ଡୁଙ୍ଗୁରିପାଲିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ଏକ ପ୍ରବାସୀ  ଅସହାୟ ଲେକ୍ରୁ (୬୫)ଙ୍କ  ଆକସ୍ମିକ ଭାବରେ  ମୃତ୍ୟୁ  ଘଟିଥିଲା। ଉକ୍ତ ବ୍ୟକ୍ତିଙ୍କର କେହି ସମ୍ପର୍କୀୟ ନଥିବା ଯୋଗୁଁ ଗ୍ରାମବାସୀ ମିଳିତ ଭାବରେ ଉକ୍ତ ବ୍ୟକ୍ତିଙ୍କ  ଶବ ସତ୍କାର କରି ଏକ ମହାନ୍ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ବ୍ୟକ୍ତି ବିଗତ  ୪୫ବର୍ଷ ଧରି  ଡୁଙ୍ଗୁରିପାଲି ରେ ରହିଆସୁଥିଲେ। ଦଶ ବର୍ଷ ବୟସରୁ ସେ ଏହି ଗ୍ରାମକୁ ଆସିଥିଲେ ହେଲେ ଆଜିଯାଏ ଗ୍ରାମର କେହି ଜାଣିନାହାନ୍ତି  ଯେ ସେ କେଉଁଠାରୁ ଆସିଥିଲେ ଓ ତାଙ୍କର ଘର କେଉଁଠି। କିନ୍ତୁ ସେ ଗ୍ରାମବାସୀଙ୍କ କାମ ଧନ୍ଦା କରି  କାହାର ବାରଣ୍ଡା ତ ଆଉ କେତେବେଳେ ଗ୍ରାମର କ୍ଳବ୍ ଘରେ  ଆଶ୍ରୟ ନେଇ ୪୫ବର୍ଷ ରହି ଆସିଥିଲେ। ଲୋକଙ୍କ ଗାଈ  ଚରାଇ, ଛେଳି ଚରାଈ ନିଜର ଜୀବିକା ନିର୍ବାହ କରୁଥିଲେ। ଗ୍ରାମବାସୀଙ୍କ ସହ ଏପରି ମିଳିମିଶି ରହୁଥିବା ଦେଖି  ଗ୍ରାମବାସୀ ମଧ୍ୟ ତାକୁ କେବେ ପ୍ରବାସୀ ଭାବୁ ନଥିଲେ। ପ୍ରାୟ ଦିନ  ଗ୍ରାମବାସୀ ମାନେ କେହି ନା କେହି ତାକୁ ଖାଇବାକୁ ଦେଉଥିଲେ। ଯାହାର କାମ କଲେ ବି କହାରିଠୁ ପଇସା ମାଗୁ ନଥିଲେ। ଯିଏ ଯାହା ଦେଉଥିଲେ ତାକୁ ସେ ଖୁସିରେ ନେଉଥିଲେ। ଏପରିକି ସେ ଟଙ୍କାର ମୂଲ୍ୟ ବି ବୁଝିପାରୁ ନଥିଲା। ହଜାରେ ଟଙ୍କା ବଦଳରେ ଶହେ ଟଙ୍କା ଦେଲେ ବି ଜାଣିପାରୁ ନଥିଲେ । ତାଙ୍କର ଏହି ସରଳତା ଦେଖି କେହି ତାଙ୍କୁ ଠକୁ ନଥିଲେ। ସଙ୍କୀର୍ତ୍ତନ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା। ସେ ବେଳେ ବେଳେ ସଙ୍କୀର୍ତ୍ତନ ଗୀତ ବି ଗାଉଥିଲେ ବୋଲି ଗ୍ରାମବାସୀ କହନ୍ତି। କିଛି ବୃଦ୍ଧ ଗ୍ରାମବାସୀଙ୍କ କହିବା ମୁତାବକ ଅନ୍ୟ ଜିଲ୍ଲାରୁ ଆସୁଥିବା ଏକ ଅପେରା ଦଳ ସହ ଆସିଥିଲେ ହେଲେ ଦଳ ତାଙ୍କୁ ଛାଡି ଚାଲିଯାଇଥିଲେ ଫଳରେ ସେ ଛୋଟ ବେଳରୁ ରହିଯାଇଥିଲା ଏହି ଗ୍ରାମରେ। ନିଜ ପରିବାରକୁ ହରାଇଥିବା ଦଶ ବର୍ଷର ଏହି ବାଳକ ଗ୍ରାମବାସୀଙ୍କ ସ୍ନେହରେ ବଢ଼ିଥିଲା। ଲୋକେ ତାକୁ ଲେକୃ ବୋଲି ଡାକୁଥିଲେ। ଗତକାଲି ଗ୍ରାମର ଅଲିଭା କ୍ଲବରେ ତାଙ୍କର ଆକସ୍ମିକ ମୃତ୍ୟୁ ହେବାରୁ ସମସ୍ତ ଗ୍ରାମବାସୀ ଶୋଭାଯାତ୍ରା ସହ ଲେକୃଙ୍କ ଶବ ସତ୍କାର ପାଇଁ ଅଣାଯାଇଥିଲା। ବଡ ବଡ ନେତା ଙ୍କ ଶବ ଶୋଭାଯାତ୍ରା ବି ଏମିତି ଲୋକ ଭିଡ଼ ବା  ଶୋଭାଯାତ୍ରା ହେଉ ନଥିବ ଯେମିତି  ଲେକୄଙ୍କୁ ସମ୍ମାନ ଦେଇଥିଲେ ଗ୍ରାମବାସୀ କେବଳ ସେ ଜଣେ ସରଳ ଓ ଭଲ ମଣିଷ ଥିଲେ ବୋଲି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories