www.samajalive.in
Monday, December 8, 2025
27.1 C
Bhubaneswar

ଡ଼ିସେମ୍ବର ୧ରୁ ପଞ୍ଜାବରେ ରାତି କର୍ଫ୍ୟୁ; ନିୟମ ଭାଙ୍ଗିଲେ ହଜାରେ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବରେ ଆସନ୍ତା ୧ ତାରିଖରୁ ପୁଣି କାର୍ଯ୍ୟକାରୀ ହେବ ରାତ୍ରିକାଳୀନ କର୍ଫ୍ୟୁ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହା ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, ଯେଉଁମାନେ ଏହି ନିୟମ ଭାଙ୍ଗିବେ ସେମାନଙ୍କଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଙ୍କ ସୂଚନା ଅନୁସାରେ ଡ଼ିସେମ୍ବର୧ରୁ ରାଜ୍ୟରେ ରାତି କର୍ଫ୍ୟୁ ଲାଗିବ ।

ଶୀତ ବୃଦ୍ଧି ପରେ ଦିଲ୍ଲୀରେ ହଠାତ୍ କରୋନା ମାମଲା ବୃଦ୍ଧି ପାଇଥିବାବେଳେ ପଞ୍ଜାବରେ କରୋନା ମାମଲା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ତ୍ତମାନ ସମୟ ପାଇଁ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ହେତୁ ଅହମ୍ମଦାବାଦ, ସୁରଟ, ଭଦୋଦରା ଏବଂ ରାଜକୋଟ ସହରରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories