www.samajalive.in
Wednesday, December 10, 2025
18.1 C
Bhubaneswar

‘ନିବାର’ ଘୂର୍ଣ୍ଣିବାତ୍ୟା ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ, ତାମିଲ୍‍ନାଡ଼ୁରେ ଛୁଟି ଘୋଷଣା

‘ନିବାର’ ଘୂର୍ଣ୍ଣିବାତ୍ୟା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଆଜି ଏହା ଆହୁରି ଅଧିକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ଚେନ୍ନାଇସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା କରାଇକଲ୍‍ ଓ ମାମଲାପୁରମ୍‍ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବାର ଅନୁମାନ କରାଯାଉଛି। ସମୟେ ସମୟେ ପବନର ବେଗ ୧୫୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଚେନ୍ନାଇସ୍ଥିତ ପାଣିପାଗ ବିଭାଗର କହିବା ଅନୁସାରେ ଏହା ବର୍ତ୍ତମାନ ଚେନ୍ନାଇଠାରୁ ୩୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ, ପୁଡ଼ୁଚେରୀଠାରୁ ୩୨୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଏବଂ କୁଡାଲୋର୍‍ଠାରୁ ୩୧୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବକୁ ଅବସ୍ଥାନ କରୁଛି। ଏହାର ବେଗ ଘଣ୍ଟାପ୍ରତି ୬ କିଲୋମିଟର ରହିଛି। ଏହାର ପ୍ରଭାବରେ ତାମିଲ୍‍ନାଡ଼ୁର ୭ଟି ଜିଲ୍ଲା ଓ ପୁଡ଼ୁଚେରୀରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ଚେନ୍ନାଇ ସମେତ ଆଉ ୧୬ଟି ଜିଲ୍ଲା ରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ବର୍ଷା ଲାଗିରହିଛି। ଏହା ଯୋଗୁଁ ଅନେକ ସଡ଼କ ଜଳମଗ୍ନ ହୋଇଛି। ଗତ ୨୪ ଘଣ୍ଟା ଧରି ରାଜ୍ୟର ଅଧିକାଂଶ ଭାଗରେ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବାତ୍ୟା ପାଇଁ ତାମିଲ୍‍ନାଡ଼ୁରେ ଛୁଟି ଘୋଷଣା କରାଯାଇଛି। ରେଳ ଓ ବସ୍‍ ସେବାକୁ କାଟ୍‍ଛାଣ୍ଟ୍‍ କରାଯାଇଛି ଓ କିଛି ସ୍ଥାନରେ ବାତିଲ୍‍ କରାଯାଇଛି। ଘୂର୍ଣ୍ଣିବାତ୍ୟା ଯେଉଁ ଅଞ୍ଚଳଦେଇ ଗତି କରିବ, ସେହିସବୁ ଜିଲ୍ଲାଗୁଡ଼ିକରେ ରାଜ୍ୟର ବିଭିନ୍ନ ଟିମ୍‍ଙ୍କୁ ମୁତୟନ କରାଯାଇଛି। ପ୍ରତିରକ୍ଷା ବାହିନୀର ବିଭିନ୍ନ ଦଳକୁ ତାମିଲ୍‍ନାଡ଼ୁ ପଠାଯାଇଛି। ଭାରତୀୟ ଉପକୂଳ ରକ୍ଷୀ ବାହିନୀର ଦୁଇଟି ପହରା ଜାହାଜକୁ ଉପକୂଳରେ ମୁତୟନ କରାଯାଇଛି। ପର୍ଯ୍ୟବେକ୍ଷଣ ଓ କ୍ଷୟକ୍ଷତିର ଆକଳନ ପାଇଁ ଦୁଇଟି ଡୋର୍ନିୟର୍‍ ବିମାନକୁ ବିଶାଖାପଟ୍ଟନମ୍‍ ପଠାଯାଇଛି। ତାମିଲ୍‍ନାନୁ ଓ ପୁଡ଼ୁଚେରୀରେ ରିଲିଫ୍‍ କାର୍ଯ୍ୟ ପାଇଁ ୧୫ଟି ଦଳକୁ ପ୍ରସ୍ତୁତ କରି ରଖାଯାଇଛି। ଭାରତୀୟ ନୌବାହିନୀ ଏହାର ୫ଟି ବନ୍ୟା ରିଲିଫ୍‍ ଦଳ ଓ ବୁଡ଼ାଳିମାନଙ୍କୁ ଚେନ୍ନାଇ ପଠାଇଛି। ନାଗାପଟ୍ଟିନମ୍‍ ଓ ରାମେଶ୍ୱରମ୍‍ଠାରେ ମଧ୍ୟ ଏଭଳି ଦଳଗୁଡ଼ିକୁ ମୁତୟନ କରାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories