www.samajalive.in
Monday, December 8, 2025
27.1 C
Bhubaneswar

କେଶର ଯତ୍ନ ; ମହୁ, ଲେମ୍ବୁରସ

ପ୍ରତ୍ୟେକଙ୍କୁ ଲମ୍ବା, ଘନ କେଶ ଖୁବ ପସନ୍ଦ। ମାତ୍ର ପ୍ରଦୂଷଣ, ଅପରିଷ୍କାର, ଖାଦ୍ୟପେୟ ଆଦି କାରଣରୁ କେଶ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କେଶ ପାଇଁ ଏକ ମୁଖ୍ୟ ସମସ୍ୟା ହେଉଛି ରୂପି। ଏଥିରେ ମୁକ୍ତି ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ବହୁ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର ସହଜ ଘରୋଇ ଉପାୟରେ ଏହି ରୂପି ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ। ଜାଣନ୍ତୁ ……
ମହୁ ଓ ରସୁଣ –
୨ଚାମଚ ମହୁରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ କେଶ ମୂଳରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ସାମ୍ପୁ କରି ଦିଅନ୍ତୁ। ଏହାକୁ ସପ୍ତାହକୁ ୨ ଥର ଲଗାନ୍ତୁ।
ରସୁଣ ପେଷ୍ଟ –
ରସୁଣ ପେଷ୍ଟ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହାପରେ ଏହାକୁ ଧୋଇ ଦିଅନ୍ତୁ। ଏହାମଧ୍ୟ କେଶ ପାଇଁ ଖୁବ ଉତ୍ତମ ଅଟେ। ଏହାକୁ ସପ୍ତାହକୁ ଥରେ ନିଶ୍ଚୟ ଲଗାନ୍ତୁ।
ଘିକୁଆଁରୀ ଓ ରସୁଣ –
୨ ଚାମଚ ଘିକୁଆଁରୀ ରସରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ ଏହାକୁ କେଶର ମୂଳରେ ଲଗାନ୍ତୁ। ଏହାପରେ ଏହାକୁ ୧୫ ରୁ ୨୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ କେଶକୁ ଧୋଇ ଦିଅନ୍ତୁ। ଏହା ରୂପିକୁ ସମ୍ପୂର୍ଣ୍ଣ ଦୂର କରିଥାଏ।
ସେଓର ସିରକା ଓ ରସୁଣ ରସ –
୧ ଚାମଚର ରସୁଣ ରସରେ ୨ ଚାମଚ ସେଓର ସିରକା ମିଶାଇ ଏହାକୁ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ ସାମ୍ପୁ କରି ଦିଅନ୍ତୁ। ଏହା ମଧ୍ୟ କେଶରୁ ରୂପି ଦୂର କରିଥାଏ।
ରସୁଣ ପେଷ୍ଟ ଓ ଲେମ୍ବୁ ରସ –
ରସୁଣ ପେଷ୍ଟ ଓ ଲେମ୍ବୁ ରସକୁ କେଶର ମୂଳରେ ଲଗାନ୍ତୁ। ଏହାକୁ ୧୫ ରୁ ୨୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ରୂପି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories