www.samajalive.in
Monday, December 8, 2025
20.1 C
Bhubaneswar

କଳା ପଲ୍‌ସର ଆତଙ୍କ, ସମବାୟ ବ୍ୟାଙ୍କ୍ କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍ ଶାଖାର ଏକାଉଣ୍ଟାଣ୍ଟ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ହାତରୁ ଆଜି ଦିନ ୧୧ ଟା ୪୫ ରେ ୫ ଲକ୍ଷ ଟଙ୍କା ଥିବା ବ୍ୟାଗ ଲୁଟି ନେଇଛନ୍ତି ଦୁଇ ଲୁଟେରା। ଖବରରୁ ପ୍ରକାଶ ଯେ ତୁରୁମୁଙ୍ଗା ରେ ଜାତୀୟ ରାଜପଥ ଅପର ପାର୍ଶ୍ଵ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ କେନ୍ଦୁଝର ସମବାୟ ବ୍ୟାଙ୍କ ଶାଖା ଏକାଉଣ୍ଟାଣ୍ଟ ଅନ୍ନପୂର୍ଣ୍ଣା ମିଶ୍ର ଓ ଗନ୍ ମ୍ୟାନ ଯଦୁମଣି ମହାନ୍ତଙ୍କୁ ନେଇ ଚାଲି ଚାଲି ନିଜ ସମବାୟ ବ୍ୟାଙ୍କ୍ ଶାଖାକୁ ଫେରୁଥିବା ବେଳେ ଜାତୀୟ ରାଜପଥ ଡିଭାଇଡର ନିକଟରେ ଦୃତ ଗତିରେ କଳା ପଲ୍‌ସର ଯୋଗେ ଆସିଥିବା ଦୁଇ ଲୁଟେରା ଅନ୍ନପୂର୍ଣ୍ଣାଙ୍କୁ ଧକ୍କା ମାରି ତାଙ୍କ ହାତରୁ ଆଖି ପିଛୁଳାକେ ଟଙ୍କା ବ୍ୟାଗ ଛଡ଼ାଇ ନେଇ କେନ୍ଦୁଝର ଆଡ଼କୁ ଫେରାର ହୋଇଯାଇଥିଲେ।

ଏନେଇ ତୁରୁମୁଙ୍ଗା ସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଶାଖା ପରିଚାଳିକା ଲକ୍ଷ୍ମୀପ୍ରିୟା ସାହୁ ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କୁ ତାଙ୍କ କର୍ମଚାରୀଣୀଙ୍କ ଠାରୁ ଟଙ୍କା ଲୁଟ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା କିଛି ସୁରାକ ପାଇନାହିଁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories