www.samajalive.in
Monday, December 8, 2025
20.1 C
Bhubaneswar

ପୁଅ ଓ ସ୍ତ୍ରୀକୁ ଗୁଳି : ସ୍ୱାମୀ କୋର୍ଟ ଚାଲାଣ

ରାୟଗଡ଼ (ଗଜପତି): ରାୟଗଡ଼ ବ୍ଲକ କୁମୁଳାସିଂ ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅ ଉପରକୁ ଗୁଳି ଚଳାଇ ଗିରଫ ହୋଇଛନ୍ତି ଜଣେ ୫୫ ବର୍ଷୀୟ ବ୍ୟକ୍ତି। ହେଲେ ମା ଏବଂ ପୁଅ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ ଗଜପତି ଜିଲାର ରାୟଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି କୁମୁଳାସିଂ ଗ୍ରାମର ଯିହୁଦା ଘଣ୍ଟ (୫୫)କୁ ରବିବାର କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ ଏହା ଶନିବାର ରାତିର ଘଟଣା। ରାୟଗଡ଼ ଥାନା ଅଧୀନରେ କୁମୁଳାସିଂ ଗ୍ରାମର ଯିହୁଦା ଘଣ୍ଟଙ୍କ ଘରେ କୌଣସି କାରଣ ନେଇ ସ୍ତ୍ରୀ ତରାବତୀ ଘଣ୍ଟ (୫୩) ଓ ପୁଅ ଯିଖରୀୟ ଘଣ୍ଟ (୨୨)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ ମା ପୁଅ ଦୁହିଁଙ୍କୁ ମାଡ ମାରିଥିଲେ।

ତେବେ ସେମାନେ ଏହାର ବିରୋଧ କରିବାକୁ ଘରେ ଥିବା ଏକ ଦେଶୀ ବନ୍ଧୁକରେ ଯିହୁଦା ଘଣ୍ଟ ସ୍ତ୍ରୀ ଓ ପୁଅ ଉପରକୁ ଗୁଳି ଚାଳନା କରିଥିଲେ। ହେଲେ ଏଥିରୁ ଅଳ୍ପକେରକ୍ଷାପାଇ ଯାଇଥିଲେ ମାଁ ଆଉ ପୁଅ। ପୁଣି ଏହାପରେ ଯିହୁଦା ଘଣ୍ଟ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ହେଲେ ମାଁ ଏବଂ ପୁଅ ଦୁହେଁ ମିଶି ଯିହୁଦାଙ୍କ ମଧ୍ୟରେ ଧ୍ୱସ୍ତ ଢ଼ୋସ୍ତି ହେଲା ପରେ ଧକ୍କା ଦେଇ ଘରୁ ବାହାରି ଆସି ରାୟଗଡ଼ ଥାନାରେ ପହଞ୍ଚି ସେଠାରେ ଆଶ୍ରୟ ନେଇଥିଲେ। ସ୍ତ୍ରୀ ଓ ପୁଅର ଏତଲା ପ୍ରକାରେ ରାୟଗଡ଼ ପୁଲିସ ଧାରା ୭୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଯିହୁଦାଙ୍କୁ ଗିରଫ କରି ପୁଲିସ ରବିବାର ଦିନ କୋର୍ଟ ଚାଲାଣ କରିଛି। ଏହାସହ ତାଠାରୁ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ପୁଲିସ ଜବତ କରିଥିବା ଏସ୍ଆଇ ଶ୍ରୀ କୃଷ୍ଣଚନ୍ଦ୍ର ମଲିକ ଙ୍କ ଠାରୁ ଜଣାପଡିଛି

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories