ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାର ଅନେକ ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ସୃଷ୍ଟି ହୋଇଥିବା ମଙ୍ଗଳବାର ଜଣାପଡିଛି। ଗଣେଶପୁର, କେଉଟପଡ଼ା, ଝରାପଡ଼ାରେ ହାତୀପଲ ଉପଦ୍ରବ ସୃଷ୍ଟି କରିବା ସହ ଶହ ଶହ ଏକର ଫସଲ ନଷ୍ଟ କରିବା ସହ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି। ସନ୍ଧ୍ୟା ହେବା ମାତ୍ରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି , ଫଳରେ ସ୍ଥାନୀୟଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରାୟ ଏକ ସପ୍ତାହେ ହେଲାଣି ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଲାଗି ରହିଛି ବୋଲି ସୂଚନା ମିଳିଛି।
Popular Categories



