www.samajalive.in
Monday, December 8, 2025
20.1 C
Bhubaneswar

ସାମ୍ବାରେ ୧୬୦ ମିଟର ସୁଡ଼ଙ୍ଗ ଠାବ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ରବିବାର ଏକ ଭୂତଳ ସୁଡଙ୍ଗ ଠାବ ହୋଇଛି। ସୁଡଙ୍ଗଟିର ଲମ୍ବ ୧୫୦ ମିଟର ବୋଲି ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ କହିଛନ୍ତି। ନାଗ୍ରୋଟ୍ରା ଗୁଳିବିନିମୟ ଘଟଣାରେ ସାମିଲ ଜୈସ-ଇ-ମହମ୍ମଦ ଆତଙ୍କବାଦୀମାନେ ଏହି ସୁଡଙ୍ଗ ବ୍ୟବହାର କରି ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିବା ବିଏସଫ ଆଇଜି ଏନଏସ୍ ଜାମୱାଲା କହିଛନ୍ତି। ଜୈସ-ଇ-ମହମ୍ମଦର ୪ ଆତଙ୍କବାଦୀ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ଘଟଣା ପରେ ଭାରତ-ପାକିସ୍ତାନ ସୀମାର ସାମ୍ବା ସେକ୍ଟରରେ ସୁଡଙ୍ଗ ଠାବ କରିବା ଲାଗି ବଡ ଧରଣର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଆତଙ୍କବାଦୀମାନେ ମାଟି ତଳ ସୁଡଙ୍ଗ ଦେଇ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିବା ଅନୁମାନ କରି ଏହି ଅଭିଯାନ ହୋଇଥିଲା। ଅନୁପ୍ରବେଶ କରିଥିବା ୪ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ଏକ ଟ୍ରକ୍ ଯୋଗେ କାଶ୍ମୀର ଯାଉଥିବାବେଳେ ଜାମ୍ମୁ-ଶ୍ରୀନଗର ଟୋଲ ପ୍ଲାଜା ନିକଟରେ ଯାଞ୍ଚ ବେଳେ ଧରାପଡିଥିଲେ। ଗୁଳିବିନିମୟରେ ସମସ୍ତ ୪ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସେମାନଙ୍କ ଠାରୁ ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଜବତ ଅସ୍ତ୍ରଶସ୍ତ୍ର ଓ ଜିନିଷରୁ ଅନୁମାନ କରାଯାଇଥିଲା ଯେ ଆତଙ୍କବାଦୀମାନେ ସୁଡଙ୍ଗ ଦେଇ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିଛନ୍ତି। ତେଣୁ ଏହି ସୁଡଙ୍ଗକୁ ଠାବ କରିବା ଲାଗି ସାମ୍ବା ସେକ୍ଟରରେ ସେନା ଓ ବିଏସଏଫ ପକ୍ଷରୁ ତଲାସ କରାଯାଇଥିଲା। ଅନ୍ୟଏକ ରିପୋର୍ଟ ଅନୁଯାୟୀ ଏହି ଆତଙ୍କବାଦୀମାନେ ଅନ୍ଧାର ରାତିରେ ୩୦କିମି ଚାଲିଚାଲି ଭାରତ ସୀମାକୁ ଅନୁପ୍ରବେଶ କରିଥିଲେ। ଗ୍ଲୋବାଲ ପୋଜିସନିଙ୍ଗ ସେଟ୍‌ ଓ ୱାରଲେସ୍ ସେଟ୍‌ର ତଥ୍ୟ ଅନୁଯାୟୀ ଆତଙ୍କବାଦୀମାନେ ଚାଲିଚାଲି ଭାରତ ସୀମାକୁ ପ୍ରବେଶ କରିଛନ୍ତି। ଏହି ଆକ୍ରମଣକାରୀମାନେ କମାଣ୍ଡୋ ଲଢେଇର ପ୍ରଶିକ୍ଷଣ ନେଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories