www.samajalive.in
Tuesday, December 9, 2025
17.1 C
Bhubaneswar

ରାୟଗଡ଼ ମିନିଷ୍ଟାଡିୟମ୍ ଜାଗା ଚିହ୍ନଟ କେବେ !

ରାୟଗଡ/ଗଜପତି : ସରକାର ଗ୍ରାମାଞ୍ଚଳ ଗୁଡିକରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପ୍ରତି ବ୍ଲକରେ ମିନିଷ୍ଟାଡିୟମ ନିର୍ମାଣ କରିବାକୁ ଯୋଜନା କରି ପ୍ରତି ବ୍ଲକ ମାନଙ୍କୁ ପାଣ୍ଠି ପ୍ରଦାନ କରିଥିଲେ କିନ୍ତୁ ଏଠାରେ ପାଣ୍ଠି ଥିବା ସତ୍ୱେ ସଠିକ ସ୍ଥାନ ନିରୂପଣ ହୋଇନଥିବା ଯୋଗୁଁ ଷ୍ଟାଡିୟମ ନିର୍ମାଣ ହୋଇପାରୁନାହିଁ । ସରକାର ଗ୍ରାମାଞ୍ଚଳରେ କ୍ରୀଡାର ଉନ୍ନତି ପାଇଁ ପ୍ରତି ବ୍ଲକରେ ମିନିଷ୍ଟାଡିୟମ କରି ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ସୁବିଧା ସକାଶେ ୨୫ ଲକ୍ଷ ଟଙ୍କାରେ ଏକ ମିନିଷ୍ଟାଡିୟମ ନିର୍ମାଣ କରିବା ପାଇଁ ଯୋଜନା କରି ପ୍ରଥମ କିସ୍ତିରେ  ୧୦ ଲକ୍ଷ ଟଙ୍କା ୨୦୧୭ ମସିହାରେ ମଞ୍ଜୁର କରିଥିଲେ । ଏହା ପରେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ତହସିଲଦାର ଉଭୟ ମିଶି ରାୟଗଡ ଅଂଚଳ ଷ୍ଟାଡିୟମ ସକାଶେ ସରକାରୀ ଜାଗା ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ମାତ୍ର ସେହି ଜାଗାକୁ ଚିହ୍ନଟ ନିରୂପଣ ହୋଇଥିଲା। ମାତ୍ର ସେହି ଜାଗାକୁ ୩ଜଣ ଆଦିବାସୀ ପରିବାର ଜବରଦଖଲ କରି ସେଠାରେ ଫସଲ ଅମଳକରି ଜୀବିକା ନିରୂପଣ କରୁଛନ୍ତି କିନ୍ତୁ କମିଟି ସରକାରୀ ଖାତାରେ ରହିଛି । ଏହାପରେ ଉକ୍ତ ବ୍ୟକ୍ତିମାନଙ୍କୁ ବ୍ଲକ କିମ୍ବା ତହସିଲ ଅଫିସ ତରଫରୁ ସେହି ଜାଗା ସମ୍ପର୍କରେ କୌଣସି ନୋଟିସ ଦିଆଯାଇନଥିବା ଶୁଣିବାକୁ ମିଳୁଛି । ଉକ୍ତ ଘଟଣା ସମ୍ପର୍କରେ ଆମେ ସ୍ଥାନୀୟ ତହସିଲଦାର ଲିଲାବତୀ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ମୋତେ କିଛି ଦିନ ପୂର୍ବେ ଜିଲ୍ଲା କ୍ରୀଡା ଅଫିସରୁ ମିନିଷ୍ଟାଡିୟମ ସକାଶେ ଜାଗା ଚିହ୍ନଟ କରିବା ପାଇଁ ଫୋନ ଯୋଗେ କହିଥିଲେ । ମୁଁ ଉକ୍ତ କାର୍ଯ୍ୟ ସକାଶେ ସରକାରୀ ଜାଗା କେଉଁଠି ରହିଛି ତାହା ଦେଖି ଜାଗା ଚିହ୍ନଟ କରିବି । ପୂର୍ବରୁ ହୋଇଥିବା ଜାଗା ଚିହ୍ନଟ ସମ୍ବନ୍ଧରେ ମୋର କୌଣସି ଅବଗତ ନାହିଁ ତେଣୁ ମୁଁ ନିଜେ ଯାଇ ଜାଗା ଦେଖି ଚିହ୍ନଟ କରିବି ବୋଲି ପ୍ରକାଶ କରିଥିଲେ । ଏହାପରେ ମିନିଷ୍ଟାଡିୟମ ନିର୍ମାଣର ଆସିଥିବା ପାଣ୍ଠି ସମ୍ପକରେ ବିଡ଼ିଓ ଲୁକାଶ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମକୁ ମିନିଷ୍ଟାଡିୟମ ନିର୍ମାଣ ସକାଶେ ୧୦ ଲକ୍ଷ ଟଙ୍କା ଆସିଛି କିନ୍ତୁ ତାହା ୨୫ ଲକ୍ଷ ଟଙ୍କାର ବଜେଟ। ସ୍ଥାନ ନିରୂପଣ ହୋଇନଥିବା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ଓ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ବଳକା ପାଣ୍ଠିଟଙ୍କା ଆସିବ ବୋଲି ପ୍ରକାଶ କରିଛନ୍ତି। ତୁରନ୍ତ ଉପଯୁକ୍ତ ଜାଗା ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ଓ କ୍ରୀଡ଼ାବିଦମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories