www.samajalive.in
Tuesday, December 9, 2025
16.1 C
Bhubaneswar

ଧାନର ଅଭାବୀ ବିକ୍ରି, ୨୫ରୁ ପଶ୍ଚିମ ଓଡ଼ିଶାରେ କିଷାନ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ନଭେମ୍ବର ପ୍ରଥମ ସପ୍ତାହରୁ ଚାଷୀ ଧାନ ଅମଳ କରି ବିକିବାକୁ ପ୍ରସ୍ତୁତ ଥିବା ବେଳେ ସରକାରଙ୍କ ପକ୍ଷରୁ ଟୋକନ ପ୍ରଦାନର ଅବ୍ୟବସ୍ଥା ଯୋଗୁଁ ଚାଷୀ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଯେଉଁ ଚାଷୀ ଧାନ ଅମଳ କରିଛନ୍ତି ସେମାନଙ୍କ ପାଖକୁ ଟୋକନ ପହଞ୍ଚୁନାହିଁ ଏବଂ ଯେଉଁ ଚାଷୀ ଧାନ ଅମଳ କରି ନାହାନ୍ତି ସେମାନଙ୍କ ପାଖକୁ ଟୋକନ ପହଞ୍ଚୁଥିବାରୁ ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରୟ କରିବା ସମସ୍ୟା ଜଟିଳ ହୋଇପଡ଼ିଛି। ଏହା ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନ ସଂଗ୍ରହ ନୀତିରେ ବିଫଳତାର ଏକ ନିଚ୍ଛକ ନମୁନା ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି। ସରକାର ଗତବର୍ଷ ଏକକାଳୀନ ଥରେ ଟୋକନ ଇସ୍ୟୁରେ ୧୦୦ କ୍ୱିଣ୍ଟାଲ ଧାନ କ୍ରୟ କରିଥିବା ବେଳେ ଚଳିତବର୍ଷ ୭୫ କ୍ୱିଣ୍ଟ।।ଲ ଧାନ କ୍ରୟ କରୁଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ଚାଷୀ ମଣ୍ଡିକୁ ଆଣିଥିବା ବଳକା ଧାନ ବିକ୍ରି କରିବେ କିପରି ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରଛନ୍ତି।

ଏଫ୍‍.ଏ.କ୍ୟୁ ଆଳରେ ପ୍ରତି ବସ୍ତାରେ ୩ କେଜିରୁ ୫ କେଜି ପର୍ୟ୍ୟନ୍ତ ଧାନ କଟଣି ଛଟଣି କରାଯାଉଛି। ବିଶେଷ କରି ହୀରାକୁଦ ସେଚ ଅଞ୍ଚଳର ଚାଷୀ ରବି ଚାଷ ପାଇଁ ପ୍ରସ୍ତୁତ ବେଳେ ଗତ ଖରିଫ ଧାନ ଟୋକନ ସମସ୍ୟା ନେଇ ଧାନ ଉଠି ପାରୁ ନ ଥିବା ହେତୁ ଚାଷୀ ବାଧ୍ୟ ହୋଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ସମସ୍ୟାଗୁଡ଼ିକର ସମାଧାନ ନ କଲେ ଆସନ୍ତା ୨୫ରୁ ପଶ୍ଚିମ ଓଡ଼ିଶାରୁ କିଷାନ କଂଗ୍ରେସ ପକ୍ଷରୁ କୃଷକ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories