www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ବବିଦ୍ୟାଳୟକୁ ଶ୍ରେଷ୍ଠ କରି ତୋଳିବାକୁ କର୍ମଚାରୀଙ୍କ ସମର୍ପିତ ମନୋଭାବ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ଜରୁରୀ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅମୃତ ବିହାର ପରିସରସ୍ଥ ମୁକ୍ତମଞ୍ଚରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅତନୁ କୁମାର ପତିଙ୍କ ପୌରହିତ୍ୟ ଅନୁଷ୍ଠିତ ଏହି ଉତ୍ସବରେ କୁଳସଚିବ ଗିରୀଶଚନ୍ଦ୍ର ସିଂ ଓ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ମହାପାତ୍ର ମଞ୍ଚାସୀନ ଥିବାବେଳେ ଉପକୁଳସଚିବ ଡ. ଉମାଚରଣ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସଭାପତି ଅଭିଭାଷଣରେ କୁଳପତି ପ୍ରଫେସର ଅତନୁ କୁମାର ପତି କହିଥିଲେ ଯେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପାଇଁ ଏକ ଦୃଢ଼ ମୂଳଦୁଆ ପଡ଼ିସାରିଛି। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ, ଭିତ୍ତିଭୂମିର ବିକାଶ ତଥା ଗବେଷଣାତ୍ମକ ଭାବରେ ଗୋଷ୍ଠୀ ସହିତ ଜଡ଼ିତ ହେବା ଆଦି ଦିଗରେ ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସମର୍ପିତ ମନୋଭାବ ସହିତ ଛାତ୍ରଛାତ୍ରୀଙ୍କ ସହଯୋଗ ହିଁ ଏହି ବିଶ୍ବବିଦ୍ୟାଳୟକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହରେ ବିଶ୍ୱବିଦ୍ୟାଳୟରୁ ପ୍ରଥମ କରି ପିଏଚଡି ଡିଗ୍ରୀ ହାସଲ କରିଥିବା ତିନିଜଣ ଛାତ୍ରଛାତ୍ରୀ ସରୋଜିନୀ ମିଞ୍ଜ, ରାକେଶ ସ୍ୱାଇଁ ଓ ସିଦ୍ଧାନ୍ତ ମହାନ୍ତିଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ୨୦୧୯ ଓ ୨୦୨୦ ବର୍ଷରେ ସ୍ନାତକ, ସ୍ନାତକୋତର ଓ ଏମଫିଲରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। କୁଳସଚିବ ଓ ପିଜି କାଉନସିଲ ଚେୟାରମ୍ୟାନ ଘୋଷଣା କରିଥିବା ଏଥିମଧ୍ୟରେ ମୋଟ ୧୭୪ଟି ମେଧା ପଦକ ଏବଂ ୧୨ଟି ସ୍ମାରକୀ ପଦକ ବିଜେତାଙ୍କ ନାମ ରହିଛି। ତେବେ, କୋଭିଡ କଟକଣା ହେତୁ ଡିଗ୍ରୀ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇ ପର୍ୟ୍ୟାୟକ୍ରମେ ଉକ୍ତ ପଦକ ଓ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସମାବର୍ତ୍ତନ ସମାରୋହ ଅବସରରେ ଆୟୋଜିତ ସାମ୍ବତ୍ସରିକ ଶୋଭାଯାତ୍ରାରେ ୨୩ ଜଣ ବିଭାଗୀୟ ମୁଖ୍ୟ ଓ ଆକାଡେମିକ କାଉନସିଲର ସଭ୍ୟ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ତଥା ପୁରାତନ ଛାତ୍ରଛାତ୍ରୀ ଓ ଅତିଥିମାନେ ଭର୍ଚୁଆଲ ମାଧ୍ୟମରେ ଏହି ସମାରୋହରେ ସାମିଲ ହୋଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories