www.samajalive.in
Monday, December 8, 2025
27.1 C
Bhubaneswar

ଡିସେମ୍ବର ୨ରେ “ନବରଙ୍ଗପୁରରେ ମତ୍ସ୍ୟ ମହୋତ୍ସବ”

ନବରଙ୍ଗପୁର : କେନ୍ଦ୍ରୀୟ ମଧୂରଜଳ ଜୀବପାଳନ ସଂସ୍ଥାନ,ଭୂବନେଶ୍ୱର ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ନବରଙ୍ଗପୁର ପୁଲିସ ପଡିଆଠାରେ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ ଆସନ୍ତା ଡିସେମ୍ବର ୨ ତାରିଖ ବୁଧବାରଦିନ ଅନୁଷ୍ଠିତ ହେବ ବୋଲି ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ସିଫାର ବରିଷ୍ଠ ବୈଞାନିକ ଡଃ.ନରେଶ କୁମାର ବାରିକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜିଲାପାଳ ଡଃ.ମିଶ୍ର କହିଥିଲେ ଯେ, ଏହି ଜିଲାରେ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ବିନିଯୋଗରେ ନବରଙ୍ଗପୁର ଜିଲାର ଆର୍ଥୀକ ଓ ସାମାଜିକ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ଜିଲାର ମତ୍ସ୍ୟଚାଷର ସର୍ବାଙ୍ଗନୀ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ଜିଲା ମତ୍ସଚାଷର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗତ ୨୦୧୮ ଠାରୁ ସିଫା କାର୍ଯ୍ୟକରି ଆସୁଛି। ଇତିମଧ୍ୟରେ ତାରାଗାଁ, କଣ୍ଟାମାଳ, କପୁର , ଉମରକୋଟ ଓ ଚନ୍ଦାହାଣ୍ଡି ଠାରେ ୬ଟି ମାଛ କ୍ଲଷ୍ଟର ହୋଇପାରିଛି। ଏହା ଛଡା ବୈଜ୍ଞାନିକ ମାନର ଉନ୍ନତ ଜାଅଁଳା ଉତ୍ପାଦନପାଇଁ ତାରାଗାଁ, ଉମରକୋଟ, କୁସୁମଝର, କଣ୍ଟାମାଳ ଓ କପୁର ଠାରେ ଜାଅଁଳା ଉତ୍ପାଦନ କେନ୍ଦ୍ର ହାତକୁ ନିଆଯାଇଛି। କଣ୍ଟାମାଳ ବ୍ୟତୀତ ଅନ୍ୟ ୪ଟି ଜଆଁଳା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କାର୍ଯ୍ୟକାରୀ ହେଉଛି। ଏଥିରେ ରାହୁ, ଭାକୁର,ମିରିକାଳି,ବିଲାତି ରୋହି ଓ ଅମୁରକାର୍ପ ପ୍ରଜାତିର ଜାଅଁଳା ଉତ୍ପାଦନ କରାଯାଇ ନବରଙ୍ଗପୁର ଜିଲାର ମାଛଚାଷରେ ବୈପ୍ଲବିକ ପରିବର୍ତ୍ତନ ଦିଗରେ ପ୍ରୟାସ ଜାରି ରହିଛି।ଏହାଛଡା ୨୦ଏକର ଜାଗାରେ ଜାଅଁଳା ଉତ୍ପାଦନପାଇଁ ପୋଖରୀ ମଧ୍ୟ ତିଆରି କରାଯାଇଛି। ଜିଲାର ପ୍ରାୟ ୪୦୦ରୁ ଉର୍ଦ୍ଧ ଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ତାଲିମ ଦିଆଯାଇଥିବା , ମାଛଖାଦ୍ୟ ଉତ୍ପାଦନ କରିବା ପାଇଁ ୩ଟି ମହିଳା ସ୍ୱୟଂସହାୟକ ଦଳକୁ ଖାଦ୍ୟପ୍ରକ୍ରିୟାକରଣ ମେସିନ ପ୍ରଦାନ କରାଯାଇଛି। ଏହାଛଡା ନବରଙ୍ଗପୁର ସହରରେ ଜିଅନ୍ତା ମାଛ ବିକ୍ରି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ ମାଧ୍ୟମରେ ପ୍ରଦର୍ଶନ ସହ ଜିଅନ୍ତା ମାଛ ବିକ୍ରି ଓ ଉଦ୍ୟୋଗୀ ପ୍ରତିଷ୍ଠା ଦିଗରେ ମତ୍ସ୍ୟ ମହୋତ୍ସବ ଅନୁଷ୍ଠିତହେବ ବୋଲି ଜିଲାପାଳ ଡଃ.ମିଶ୍ର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକମରେ ସିଫାର ଅନେକ ବୈଜ୍ଞାନିକ ଯୋଗ ଦେବା ସହ ମାଛଚାଷୀଙ୍କର ଞାନ ବୃଦ୍ଧି କରାଯିବା ସହ ମାଛମୁକ୍ତାଚାଷ, ମାଟି ପାଣି ପରୀକ୍ଷା, ନୂତନ ଆଗ୍ରହୀଚାଷୀଙ୍କର ପଞିକରଣ ସହ ଜ୍ଞାନକୈାଶଳ ପ୍ରଦାନ ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇ ପାରିବ। ସିଫାର ବୈଜ୍ଞାନିକ ନଗେଶ ବାରିକ ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀ ରେ ଉପଜିଲାପାଳ ଭାସ୍କର ରଇତ, ଜିଲା ମତ୍ସ୍ୟ ଅଧିକାରୀ କୁଅଁର ମାରାଣ୍ଡି , ନବରଙ୍ଗପୁର ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଗୈାର ଚନ୍ଦ୍ର ପଟ୍ଟନାୟକ, ବିଜ୍ଞାନ ଓ ପ୍ରଯୁକ୍ତି ପ୍ରକଳ୍ପ କ୍ରିୟାନ୍ୱୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ। ଏହି ମହୋତ୍ସବରେ ମାଛଚାଷୀ ଙ୍କୁ ପ୍ରତ୍ସାହନ ସହ ଏହାର ସଫଳତାର ପ୍ରଦର୍ଶନୀ କରାଯିବ। ଏଥିରେ ଜିଲା ସମସ୍ତ ଲେକା ପ୍ରତିନିଧି ଙ୍କୁ ନିମନ୍ତ୍ରୀତ କରାଯିବ। ଏହା ଦିନ ତମାମ ଚାଲିବ ବୋଲି ଜଣାଯାଇଛି ।

 

- Advertisement -

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories