www.samajalive.in
Sunday, December 7, 2025
15.1 C
Bhubaneswar

ସାଢେ ୧୪ ହଜାର ସ୍କୁଲ୍ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନ ହେବ:ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: ସାଢେ ୧୪ ହଜାର ସ୍କୁଲ୍ ବନ୍ଦ ନିଷ୍ପତ୍ତିକୁ ଘୋର ବିରୋଧ କରିଛି ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ। ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ପ୍ରାଥମିକଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ କରି ଶିକ୍ଷାର କଣ୍ଠରୋଧ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ପିଲା ହେଉନଥିବା ଆଳ ଦେଖାଇ ସରକାର ସ୍କୁଲଗୁଡ଼ିକ ବନ୍ଦ କରୁଛନ୍ତି। କିନ୍ତୁ ଏହି ସ୍କୁଲଗୁଡ଼ିକ ଖୋଲିବା ପାଇଁ ସରକାର କାହିଁକି ଅନୁମତି ଦେଇଥିଲେ ବୋଲି ସଂଘ ପ୍ରଶ୍ନ କରିଛି। ୧ କି.ମି. ବ୍ୟାସାର୍ଦ୍ଧରେ ପ୍ରାଥମିକ ବିଦ୍ୟାଳୟ, ୨ କି.ମି. ବ୍ୟାସାର୍ଦ୍ଧରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୫ କି.ବି. ବ୍ୟାସାର୍ଦ୍ଧରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଯେଉଁ ନିୟମ ରହିଛି ତାହାକୁ ସରକାର ଖୋଲାଖୋଲି ଉଲଂଘନ କରୁଛନ୍ତି। ଶିକ୍ଷା ଅଧିକାର ଆଇନ୍‌କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରୁନାହାଁନ୍ତି। ଓଡ଼ିଶାର ଭୌଗଳିକ ଦୃଷ୍ଟିରୁ ଆଦିବାସୀ, ହରିଜନ, ପଛୁଆ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳ ବିଦ୍ୟାଳୟଗୁଡ଼ିକ ବନ୍ଦ କରାଗଲେ ପିଲାମାନେ ଅଧାର ପାଠପଢା ଛାଡ଼ିବେ ଓ ଡ୍ରପଆଉଟ୍ ସଂଖ୍ୟା ବଢିବ। ସରକାରୀ ବିଦ୍ୟାଳୟଗୁଡ଼ିକ ବନ୍ଦ ହେଲେ ଘରୋଇ ବିଦ୍ୟାଳୟଗୁଡ଼ିକ ସେହି ଅଞ୍ଚଳରେ ଗଢିଉଠିବ। ସରକାର ଜାଣିଶୁଣି ଶିକ୍ଷାକୁ ଘରୋଇକରଣ କରିବା ପାଇଁ ଚାହୁଁଛନ୍ତି ଓ ନିଜ ଦାୟିତ୍ୱରୁ ଓହରି ଯିବାକୁ ଚାହୁଁଛନ୍ତି।

 

- Advertisement -

ସ୍ୱାଧୀନତା ପରେ ବିଦ୍ୟାଳୟ ଗୁଡ଼ିକୁ ଗ୍ରାମର ବୁଦ୍ଧିଜୀବିମାନେ ନିଜ ହାତରୁ ଖର୍ଚ୍ଚ କରି ଗଢି ତୋଳିଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଗଲେ ସେହି ଅଞ୍ଚଳର ପିଲାମାନେ ଘରୋଇ ବିଦ୍ୟାଳୟ ପ୍ରତି ଆକୃଷ୍ଠ ହେବେ। ସରକାର ଘରୋଇକରଣ ପ୍ରତି ମୋହ ପରିତ୍ୟାଗ କରିବା ପାଇଁ ସଂଘ ଦାବି କରିଛି ଓ ସ୍କୁଲ୍ ବନ୍ଦ କରିବା ପ୍ରୀତି କାହା ସ୍ୱାର୍ଥରେ ବୋଲି ସଂଘ ତରଫରୁ ସରକାରଙ୍କୁ ପ୍ରଶ୍ନ କରିଛି। ତେଣୁ ତୁରନ୍ତ ଏହି ଓଡିଶାର ପିଲାମାନଙ୍କ ସ୍ୱାର୍ଥବିରୋଧୀ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ। ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନ କଲେ ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସମସ୍ତ ଶିକ୍ଷକ ସଂଘ ସହ ସାମିଲ୍ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ ସେନ୍, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ସହ ସମ୍ପାଦକ ପ୍ରବୀଣ କୁମାର ଦାସ, ସୁଦାମ ଦଳବରା, ସୁଧାଂଶୁ ମଣ୍ଡଳ, ସବୀର ଅଲ୍ଲୀ ଖାଁ, ଦିଲ୍ଲିପ କୁମାର ମିଶ୍ର, ଟୁଲୁ ଦେଇ, ଜିତେନ୍ଦ୍ର କୁମାର ନାୟକ, ନରେଶ କୁମାର ପାତ୍ର, କେଶବ ଚନ୍ଦ୍ର କର, ଦୀପକ ସୂତାର ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories