www.samajalive.in
Tuesday, December 9, 2025
16.1 C
Bhubaneswar

ଛତିଶଗଡ଼ ବେପାରୀଙ୍କ ନିୟନ୍ତ୍ରଣରେ ଧାନ ଦର

ଧର୍ମଗଡ଼:ଅକ୍ଟୋବର ଶେଷସପ୍ତାହରୁ ମଧ୍ୟମକିସମ ଧାନ ଅମଳ ହେଉଥିବା ବେଳେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଦୀର୍ଘମିଆଦି ଧାନସବୁ ଅମଳ ହୋଇଥାଏ। ଜଳସେଚିତ ଅଞ୍ଚଳରେ କିଛି ପରିମାଣରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଅଣଜଳସେଚିତ ଅଞ୍ଚଳରେ ଏବେ ପ୍ରାୟ ୮୦ ପ୍ରତିଶତ ଧାନ ଅମଳ ସରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ମଣ୍ଡି ଆରମ୍ଭ ହୋଇନାହିଁ। ପ୍ରଶାସନ ନଭେମ୍ବର ୧୫ରୁ ମଣ୍ଡି ଖୋଲିବ ବୋଲି ଘୋଷଣା କରିଥିଲେ ହେଁ ତରବରିଆ ଭାବେ କେବଳ ଗୋଟିଏ ମଣ୍ଡିରୁ ଧାନ ଉଠାଣ ହୋଇଥିବା ଜଣାପଡିଛି। ବିଳମ୍ବିତ ମଣ୍ଡି ପାଇଁ ଚାଷୀ ଏବେ ଅଭାବୀବିକ୍ରିର ଶୀକାର ହେଉଛି। ଅକ୍ଟୋବର ଶେଷଭାଗରୁ ଦଲାଲ୍‌ମାନେ ଗାଁ ଗାଁ ବୁଲି ଧାନ କିଣିବାରେ ଲାଗିଛନ୍ତି। ଗତ କିଛିବର୍ଷ ହେଲା ଛତିଶଗଡ଼ ବେପାରୀ ହିଁ ଏ ଅଞ୍ଚଳର ଚାଷୀଙ୍କ ଭାଗ୍ୟ ବିଧାତା ସାଜିଛନ୍ତି। ସେମାନେ ସ୍ଥିର କରୁଛନ୍ତି ଧାନ ଦର। ଏବର୍ଷ ମଧ୍ୟ ଏହା ଦେଖିବାକୁ ମିଳିଲାଣି।
ଛତିଶଗଡ଼ ଅଞ୍ଚଳର ଦେଭୋଗ, ଝାକରପଡାର ବ୍ୟବସାୟୀମାନେ ଏଠାକୁ ଆସି ଧାନ ଦର ସ୍ଥିର କରୁଛନ୍ତି। ଏହି ଦର ନ ସୁହାଇଲେ ମଧ୍ୟ ଚାଷୀ କାନମୁଣ୍ଡ ଆଉଁସି ନିଜ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ ବୋଲି ଜଣାପଡ଼ିଛି।

 

- Advertisement -

ଛତିଶଗଡ଼ରେ ଦର ୫୦ ଟଙ୍କା ବଢ଼ିଲେ ଏଠାକାର ବେପାରୀ ୨୦ଟଙ୍କା ବଢ଼ାଇଥାଏ। ସେଠାରେ ୫୦ଟଙ୍କା କମିଲେ ଏଠାରେ କିନ୍ତୁ ୧୦୦ ଟଙ୍କା କମିଥାଏ। ଏଠାକାର ଅନେକ ବେପାରୀ ଛତିଶଗଡ଼ର କିଛି ବେପାରୀ ପାଖରୁ ଟଙ୍କା ଆଣି ଏଠାରେ ଧାନ ଲଗାଣି କରିଥାନ୍ତି। ଅକ୍ଟୋବର ମାସରୁ ଧାନ ଅମଳ ହେଉଥିବା ବେଳେ ଚାଷୀଙ୍କୁ କୁଲିମଜୁରୀ ବାବଦକୁ ନଗଦ ଦେବାକୁ ପଡିଥାଏ। ଏଥିପାଇଁ ବେପାରୀ ପାଖରେ ଧାନବିକ୍ରି କରିବାକୁ ଚାଷୀ ବାଧ୍ୟ ହୋଇଥାଏ। ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଧାନ ଦର ୧୧୦୦ରୁ ୧୩୫୦/୧୪୦୦ ଟଙ୍କା ମଧ୍ୟରେ ରହିଥାଏ। ନଭେମ୍ବର ପରେ ମଣ୍ଡି ଆରମ୍ଭହେବା ବେଳକୁ ଏହି ଦର ବଢ଼ି ୧୫୦୦ରୁ ୧୬୦୦ ଟଙ୍କାକୁ ଛୁଇଁଥାଏ। କିନ୍ତୁ ଏତେ ଦିନ କୁଲିମଜୁରୀ ଟଙ୍କା ବାକି ରଖିହେବ ନାହିଁ। ଫଳରେ ବାଧ୍ୟହୋଇ ଚାଷୀ ଅଭାବୀ ବିକ୍ରିର ଶୀକାର ହୋଇଥାଏ। ଅନେକ ଚାଷୀ କୁଲିମଜୁରୀ ବାବଦକୁ ଧାନ ମଧ୍ୟ ଦେଇଥାନ୍ତି। କିନ୍ତୁ ସେତେବେଳର ଦର ଅନୁଯାୟୀ ମାଣ ୩୦ରୁ ୩୩ ଟଙ୍କା ମଧ୍ୟରେ ମଜୁରୀ ଦେବାକୁ ପଡିଥାଏ। ତେଣୁ ଉଭୟପଟୁ ଚାଷୀ କ୍ଷତିର ଶୀକାର ହୋଇଥାଏ। ଏଥିପ୍ରତି ପ୍ରଶାସନ ଲଗାମ ଲଗାଇବାକୁ ବୁଦ୍ଧିଜୀବୀମହଲରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories