www.samajalive.in
Tuesday, December 9, 2025
16.1 C
Bhubaneswar

ବଦଳିଲେ ଜିଲ୍ଲାପାଳ : ମନୀଷ ଅଗ୍ରୱାଲଙ୍କ ସ୍ଥାନରେ ୱାଇ ବିଜୟ ମାଲକାନଗିରିର ନୂଆ ଜିଲ୍ଲାପାଳ

ଭୁବନେଶ୍ବର :  ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ ହେବାପରେ ତାଙ୍କୁ ବଦଳିଲେ କରାଯାଇଛି। ମନୀଷ ଅଗ୍ରୱାଲଙ୍କ ସ୍ଥାନରେ ୱାଇ.ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଦାୟିତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ,  ମାଲକାନଗିରି ଜିଲ୍ଲାପାଳ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଏବେ ଜିଲ୍ଲାପାଳଙ୍କ ନାମରେ ହତ୍ୟା ମାମଲା ରୁଜୁ କରା ଯାଇଛି। କୋର୍ଟଙ୍କ ନିର୍ଦେଶ କ୍ରମେ ରବିବାର ଦିନ ମାଲକାନଗିରି ପୁଲିସ ମାମଲା ରୁଜୁ କରିଛି। ଆଇ.ପି.ସି.ର ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି) ୩୪ରେ ମାମଲା ରୁଜୁ ହୋଇଛି। ତେବେ ପୂର୍ବରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ତେବେ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବନଜା ପଣ୍ଡା ଏହା ଏକ ହତ୍ୟା ମାମଲା ବୋଲି ଅଭିଯୋଗ କରି କୋର୍ଟରେ ମାମଲା ଦାୟର କରିଥିଲେ। ଅଦାଲତଙ୍କ ନିର୍ଦେଶ କ୍ରମେ ଏହାର ପୁନଃ ତଦନ୍ତ ଆରମ୍ଭ ହେବ, ଏଥିପାଇଁ ମକଦମା ରୁଜୁ କରା ଯାଇଥିବା ମାଲକାନଗିରି ଆଇ.ଆଇ.ସି. ସ୍ପଷ୍ଟ କରିଛନ୍ତିା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories