www.samajalive.in
Monday, December 8, 2025
20.1 C
Bhubaneswar

ପୁଣି ଘାଟିରେ ମାତିଲେ ଡ଼କାୟତ: ୨ ଭାଇ ଅଟକ, ୪ ଫେରାର୍‍

ଫୁଲବାଣୀ: କନ୍ଧମାଳ ଜିଲା ସଦରଥାନା ଅନ୍ତର୍ଗତ ଭେଟକୁଲ ଘାଟିରେ ପୁଣି ମାତିଛନ୍ତି ଡ଼କାୟତ। ଏକ ମାମଲାରେ ପୁଲିସ୍‍ ଆଜି ହୋଇଥିବା ୨ଟି ଅଭିଯୋଗ ପ୍ରକାରେ ସଦର ପୁଲିସ୍‍ ୨ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟ ୪ ଜଣ ଫେରାର୍‍ ହୋଇଯାଇଥିବା ଥାନା ସୂତ୍ରରୁ ପ୍ରକାଶ।

ଖବର ପ୍ରକାରେ, ପୂର୍ବରୁ ଉକ୍ତ ଘାଟିରେ ବାରମ୍ବାର ଡ଼କୟତି ହେଉଥିବା ବେଳେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାହା କମିଯାଇଥିଲା। ତେବେ ଉକ୍ତ ରାସ୍ତାରେ ବର୍ତ୍ତମାନ ପ୍ରତ୍ୟେକ ଦିନ ବରଗଡ଼ ଅଞ୍ଚଳର ବିିଭିନ୍ନ ପ୍ରକାର ପରିବା ଗାଡ଼ି ଆସୁଥିବା ବେଳେ ଏହାକୁ ଟାର୍ଗେଟ କରି ପୁଣିଥରେ ଆରମ୍ଭ ହୋଇଛି ଡ଼କାୟତି। ଗତକାଲି ରାତ୍ରରେ ୨ଟି ବାଇଗଣ ବୋଝେଇ ଗାଡ଼ି ଆସୁଥିବା ବେଳେ ବିଳମ୍ବିତ ରାତ୍ରରେ ଭେଟଖୋଲ ଘାଟିରେ ୬ ଜଣ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଗୋଟିଏ ଗାଡ଼ିରୁ ୧୧ ହଜାର ଓ ଅନ୍ୟଏକ ଗାଡ଼ିରି ୧୭ ହଜାର ଟଙ୍କା ଲୁଟ୍‍ କରିଥିଲେ। ଏନେଇ ଉଭୟ ଗାଡ଼ିର ଗାଡ଼ି ଚାଳକ ମାନେ ସଦରଥାନାରେ ଲିଖିତ ଭାବେ ଅଭିଯୋଗ ପ୍ରକାରେପୁଲିସ୍‍ ତଦନ୍ତ ଆରମ୍ଭ କରିଛି। ସଦରଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀଙ୍କ ନେତୃତ୍ୱରେ ବିିଭିନ୍ନ ସ୍ଥାନରେ ଆଜି ଚଢାଉ କରାଯାଇ ଏହି ଘଟଣାରେ ୨ ଜଣକୁ ଅଟକ ରଖାଯାଇଛି। ୨ଜଣ ଦୁଇ ଭାଇ ବୋଲି ପୁଲିସ୍‍ ପ୍ରକାଶ କରିଥିବା ବେଳେ ଜଣେ ନାବାଳକ ଅଟେ। ତେବେ ଏହି ମାନଙ୍କ ଠାରୁ ପୁଲିସ୍‍ ଟଙ୍କା ଉଦ୍ଧାର କରିପାରିନଥିବା ବେଳେ ଏଥିରେ ସଂପୃକ୍ତ ଥିବା ଅନ୍ୟ ୪ ଜଣକୁ ପୁଲିସ୍‍ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଝାଇଥିବା ପ୍ରକାଶ। ଏହି ଘଟଣା ପରେ ପୁଣିଥରେ ସଂପୃକ୍ତ ରାସ୍ତାରେ ଆସୁଥିବା ଯାନ ବାହାନ ଗୁଡ଼ିକ ମଧ୍ୟରେ ଭାଲେଣି ପଡ଼ିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories