ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୪୬ ସଂକ୍ରମିତ, ୩ ଲକ୍ଷ ନିକଟତର ମୋଟ୍ ସୁସ୍ଥ ସଂଖ୍ୟା
ଭୁବନେଶ୍ଵର : ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳକୁ ରହୁଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଆଜି ଆଉ ୧୩୪୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦେଇଛି।
38 from Sambalpur
35 from Mayurbhanj
34 from Baleswar
34 from Jajapur
34 from Kalahandi
31 from Nayagarh
28 from Bhadrak
16 from Dhenkanal
16 from Koraput
15 from Jharsuguda
15 from Malkangiri
15 from Nabarangpur
14 from Ganjam
11 from Sonepur
9 from Kandhamal
6 from Gajapati— H & FW Dept Odisha (@HFWOdisha) November 15, 2020
ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲାରୁ ୨୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲାରୁ ୧୨୬ ଜଣ, କଟକରୁ ୧୧୦ ଜଣ, ଅନୁଗୁଳ, ବଲାଙ୍ଗୀର ରୁ ୬୫ ଜଣ ଲେଖାଏଁ, ପୁରୀରୁ ୬୩ ଜଣ, ଜଗତସିଂହପୁରରୁ ୫୯ ଜଣ, କେନ୍ଦ୍ରାପଡ଼ାରୁ ୫୪ ଜଣ, ନୂଆପଡ଼ାରୁ ୫୩ ଜଣ, ବରଗଡ଼ରୁ ୪୯ ଜଣ, କେନ୍ଦୁଝରରୁ ୪୫ ଜଣ, ସମ୍ବଲପୁରରୁ ୩୮ ଜଣ, ମୟୂରଭଂଜରୁ ୩୫ ଜଣ, କଳାହାଣ୍ଡି, ବାଲେଶ୍ୱରରୁ ୩୪ ଜଣ ଲେଖାଏଁ ଓ ନୟାଗଡ଼ରୁ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
6 from Rayagada
4 from Deogarh
3 from Boudh
30 from State PoolThe total recovered cases of Odisha now stand at 297862
— H & FW Dept Odisha (@HFWOdisha) November 15, 2020
ସେହିପରି ଯାଜପୁରରୁ ୩୪, କଳାହାଣ୍ଡିରୁ ୩୪, ନୟାଗଡରୁ ୩୧, ଭଦ୍ରକରୁ ୨୮, ଢେଙ୍କାନାଳରୁ ୧୬, କୋରାପୁଟରୁ ୧୬, ଝାରସୁଗୁଡାରୁ ୧୫, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତିରୁ ୬, ରାୟଗଡାରୁ ୬, ଦେବଗଡରୁ ୩ ଓ ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.