www.samajalive.in
Monday, December 8, 2025
27.1 C
Bhubaneswar

ଇଣ୍ଡବାରାଥ୍ କାରଖାନାରୁ ଚୋରି, ୧୪ ଚୋରଙ୍କ ସହ ୧୮ ଗିରଫ

ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସାହାଜବାହାଲସ୍ଥିତ  ଇଣ୍ଡବାରଥ୍ କାରଖାନାରୁ ଚୋରି ଅଭିଯୋଗରେ ୧୪ ଜଣ ଓ ସେମାନଙ୍କଠାରୁ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଆଉ ୪ ଜଣଙ୍କୁ ମିଶାଇ ମୋଟ ୧୮ ଜଣଙ୍କୁ ପୁଲିସ ଗିରଫ କରିଛି । ଗତ ୧୦ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ବନ୍ଦ ପଡ଼ିଥିବା ଇଣ୍ଡ ଭାରତ କାରଖାନାକୁ ପଶି ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ।ଚୋରି ଶବ୍ଦ ଶୁଣି ସୁରକ୍ଷା କର୍ମୀ ତାଙ୍କର ଉପର ଅଧିକାରୀଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ବନହରପାଲି ଥାନାରେ ଏତଲା ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସମୟରେ ଏଥିରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ସୂଚନା ପାଇଥିଲେ । ଏହାପରେ ପୁଲିସ ମନୋଜ ପ୍ରଧାନ, ସୁଦାମ ବେହେରା, ମନୋରଞ୍ଜନ ବେହେରା, ହରି ମୁଣ୍ଡା, ବଲରାମ ମୁଣ୍ଡା, ମୁନୁରାମ ମୁଣ୍ଡା, ସୁନିଲ ସତନାମୀ ଓ ଚନ୍ଦ୍ରପ୍ରକାଶ ସତନାମୀ, ରାମପ୍ରସାଦ ବାଗ, ଜଗଦୀଶ ସତନାମୀ, ସୁରୁବାବୁ ରୋହିଦାସ, କୁମାର ଭୋଇ, ସରୋଜ ମୁଣ୍ଡା, ବୃନ୍ଦାବନ ପଧାନ, ସୁଦାମ ଠାକୁର, ଅନୱର ହୁସେନ, ମାଧବ ଠାକୁ, ସଙ୍କୀର୍ତନ କୁନାର ପ୍ରମୁଖଙ୍କୁ ଗିରଫ କରିଥିଲା ।ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ତାର, ବ୍ୟାଟେରି, ଲୁହା ସାମଗ୍ରୀ, ଏକ ଅଟୋରିକ୍ସା ଉଦ୍ଧାର କରିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories