www.samajalive.in
Monday, December 8, 2025
27.1 C
Bhubaneswar

କୋଟଗଡ଼ରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଗୃହ ଉଦ୍‍ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଏକ ଆଦିବାସୀ ବହୁଳ ସୀମାନ୍ତବର୍ତୀ ଅଞ୍ଚଳ। ବ୍ଲକର ୧୫ ଟି ପଞ୍ଚାୟତବାସୀଙ୍କ ପାଇଁ କୋଟଗଡ଼ରେ ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖାଟିଏ ରହିଥିଲେ ମଧ୍ୟ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ନ ଥିବାରୁ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବହୁଥର ଗ୍ରାହକମାନେ ସୁବିଧା ପାଇବା ଲାଗି ଦାବି କରିଆସୁଥିବା ବେଳେ ଗ୍ରାହକମାନଙ୍କ ବହୁ ଦିନର ଦାବି ଅନୁସାରେ କୋଟଗଡ଼ ଠାରେ ଆଜି ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଏକ ନୂତନ କୋଠା ଉଦ୍‍ଘାଟିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ଏବଂ ବାଲିଗୁବା ଉପଜିଲ୍ଲାପାଳ ଡ଼ା.ଶୁଭଙ୍କର ମହାପାତ୍ର ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ନୂତନ କୋଠାର ଉଦ୍‍ଘାଟନ କରିଥିଲେ। ନୂତନ କୋଠାରେ ପୂର୍ବାପେକ୍ଷା ଏକାଧିକ ସୁବିଧା ଜନସାଧାରଣ ପାଇପାରିବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଥିବା ବେଳେ ଅଞ୍ଚଳବାସୀମାନେ ଏଥିନେଇ ଖୁସି ପ୍ରକଟ କରିଥିବା ବେଳେ ବ୍ୟାଙ୍କରେ ଆଉ ଯାହା ସବୁ ସମସ୍ୟା ରହିଛି ସେସବୁର ସମାଧାନ କରିବା ପାଇଁ ବିବାଗୀୟ ଅଧିକାରୀମାନରଙ୍କ ନିକଟରେ ନିବେଦନ କରିଛନ୍ତି। ଏହି ଉଦଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୋଟଗଡ଼ ତହସିଲନାର ଲକ୍ଷ୍ମୀଧର ସାହୁ, ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ, ଏଲ୍‍ଡ଼ିଏମ୍‍ କଳ୍ପତରୁ ସ୍ୱାଇଁ, କୋଟଗଡ଼ ଶାଖା ପରିଚାଳକ ପଦ୍ମ ଲୋଚନ ଷଡ଼ଙ୍ଗୀ ଓ ରିଜୋନାଲ୍‍ ମ୍ୟାନେଜର ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories