www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: ଗ୍ରୀଡ୍‌କୋ ପାଇଁ ୨୬୦୦ କୋଟି ମଞ୍ଜୁର, କମ୍‌ ହେବ ଉପଭୋକ୍ତାଙ୍କ ଦେୟ

ଭୁବନେଶ୍ବର: ବର୍ତ୍ତମାନ ଗ୍ରୀଡ୍‌କୋର ଉପଭୋକ୍ତା ପ୍ରସ୍ତାବକୁ ବିଚାର କରି ରାଜ୍ୟ ସରକାର ଗ୍ରୀଡ୍‌କୋ ସପକ୍ଷରେ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ କରିବାକୁ ଟ.୨୬୦୦.୦୦କୋଟି ଟଙ୍କାର ଗ୍ୟାରେଣ୍ଟି ମଞ୍ଜୁର କରିଛନ୍ତି। ଯଦ୍ବାରା ଗ୍ରୀଡ୍‌କୋ ତା’ର ନିଅଣ୍ଟିଆ ରାଜସ୍ବ ଭରଣା କରିବା ଲାଗି ଆର୍ଥିକ ଋଣ ନେବା ପାଇଁ ସମର୍ଥ ହୋଇପାରିବ। ଏହି ଗ୍ୟାରେଣ୍ଟି ଗ୍ରୀଡ୍‌କୋ ବ୍ୟାଙ୍କଗୁଡ଼ିକରୁ ପ୍ରାୟ ୨ ପ୍ରତିଶତ ସୁଧ ରିହାତି ପାଇବାକୁ ସକ୍ଷମ କରିବ। ଏହା ଗ୍ରୀଡ୍‌କୋର ଫାଇନାନ୍‌ସିଂ କଷ୍ଟ ହ୍ରାସ କରିବ ଏବଂ ପ୍ରତିବଦଳରେ ଶିଳ୍ପ, ଖୁଚୁରା ଏବଂ ସାଧାରଣ ଗ୍ରାହକମାନଙ୍କ ପାଇଁ ଦେୟ କମ୍‌ ହେବ ବୋଲି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଗ୍ରୀଡ୍‌କୋ ପକ୍ଷରୁ ୪ଟି ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥାକୁ ଓଇଆର୍‌ସି ଦ୍ବାରା ସ୍ଥିତିକୃତ ଦର(ବିଏସ୍‌ପି) ଅନୁଯାୟୀ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି। ଗତ କିଛି ବର୍ଷରେ ବିଦ୍ୟୁତ୍‌ ଉତ୍ପାଦନକାରୀମାନେ ବିଦ୍ୟୁତ୍‌ ଦର ବୃଦ୍ଧି କରିଛନ୍ତି ମାତ୍ର ତଦନୁଯାୟୀ ବିଏସ୍‌ପି ବଢ଼ି ନାହିଁ। ୨୦୨୦-୨୧ରେ ଓଡ଼ିଶାର ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀମାନଙ୍କଠାରୁ ସଂଗୃହୀତ ରାଜସ୍ବ, ଗ୍ରୀଡ୍‌କୋର ବିଦ୍ୟୁତ୍‌ ଖର୍ଚ୍ଚ ଏବଂ ଋଣ ବାବଦକୁ ଯଥେଷ୍ଟ ହେଉନାହିଁ। ଗ୍ରୀଡ୍‌କୋ ଧାର୍ଯ୍ୟ ସମୟ ମଧ୍ୟରେ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ଯଥା ଏନ୍‌ଟିପିସି ଇତ୍ୟାଦିଙ୍କୁ ବିଦ୍ୟୁତ୍‌ ଦେୟ ପୈଠ ନ କରିଲେ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାମାନେ ବିଦ୍ୟୁତ୍‌ ଯୋଗାଣ କମ୍‌ କରିବେ, ଯାହାକି ରାଜ୍ୟର ବିଦ୍ୟୁତ୍‌ ସରବରାହକୁ ବାଧାପ୍ରାପ୍ତ ହେବ।
ଉପରୋକ୍ତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟରେ ବିଦ୍ୟୁତ୍‌ ଉପଭୋକ୍ତମାନଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦେବା ପାଇଁ ସମୟ ସମୟରେ ଋଣ କରିବାକୁ ସକ୍ଷମ ହେବା ନିମନ୍ତେ ଓଡ଼ିଶା ସରକାର ଗ୍ରୀଡ୍‌କୋକୁ ଗ୍ୟାରେଣ୍ଟି ଯୋଗାଇ ଆସୁଛନ୍ତି। ଏହି ଗ୍ୟାରେଣ୍ଟି ବ୍ୟତିରେକ ଗ୍ରୀଡ୍‌କୋପକ୍ଷରେ ଋଣ ଉଠାଇବା କଷ୍ଟସାଧ୍ୟ ଅଟେ। ଗ୍ରୀଡ୍‌କୋ ଏହି ଋଣକୁ ନିୟମିତ ଭାବରେ ପରିଶୋଧ କରୁଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories