ବାଙ୍କୀ: ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ସ୍ୱର୍ଗତ ପଠାଣୀ ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ସହ ଏହି ପବିତ୍ର ଆତ୍ମାର ବିୟୋଗରେ ଶୋକାଭିଭୂତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି ଅମର ଆତ୍ମାର ସ୍ମୃତିଚାରଣ କରିଥିଲେ । ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ଅଗ୍ରଗତି ନିମନ୍ତେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କଲେଜର ଅଧ୍ୟକ୍ଷ ମତପ୍ରକାଶ କରିଥିଲେ । ଏଥିରେ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ସଂଚାଳନରେ ଅଧ୍ୟାପିକା ସାରଦା ପଟ୍ଟନାୟକ, ପ୍ରଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ଅଧ୍ୟାପିକା ମମତା ଶତପଥୀ, ଶୁଭଶ୍ରୀ ପଟ୍ଟନାୟକ, ମହେଶ୍ୱତା ସାହୁ, ପଙ୍କଜ ଗୋଚ୍ଛି, ପୁଷ୍ପଲତା ରାଉତ, ସଦାଶିବ ଦାସ, ବିଜୟ କୁମାର ସାହୁ, ନିତ୍ୟାନନ୍ଦ ସ୍ୱାଇଁ, ଶରତ ଚନ୍ଦ୍ର ସାମନ୍ତରାୟ, ସୁପ୍ରଭା ମହାରଣା, ସ୍ନିଗ୍ଧା ମହାନ୍ତି, ସୁଧିର କୁମାର ସ୍ୱାଇଁ, ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Popular Categories



