www.samajalive.in
Monday, December 8, 2025
27.1 C
Bhubaneswar

ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ଯୁବକ ଗିରଫ

ଧର୍ମଗଡ : ନିଜ ବାନ୍ଧବୀର ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ଜନୈକ ଯୁବକ ଗିରଫ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଯୁବକଙ୍କ ନାଁ ମୁନା ବେହେରା ଓରଫ ଗୁପ୍ତେଶ୍ୱର ବେହେରା ବୋଲି ଜଣାପଡିଛି। ତାଙ୍କ ଘର ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ବୋଲି ପୁଲିସ ସୂଚନା ଦେଇଛି। ପୁଲିସରୁ ମିଳିଥିବା ସୁଚନାନୁଯାୟୀ ଧର୍ମଗଡ ସହରର ଜନୈକ ଯୁବତୀ ପାରଳାଖେମୁଣ୍ଡି ସ୍ଥିତ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ସେ ସମୟରେ ସେଠାରେ ରହୁଥିବା ଗୁପ୍ତେଶ୍ୱରଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ହୋଇଥିଲା। ପ୍ରାୟ ୧୫ବର୍ଷ ହେବ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ଏପରିକି ଏହି ପ୍ରେମ ସଂପର୍କ ପାଇଁ ଗୁପ୍ତେଶ୍ୱର ନିଜ ପତ୍ନୀକୁ ମଧ୍ୟ ଛାଡି ଦେଇଥିଲେ। ତେବେ ସମୟକ୍ରମେ ଯୁବତୀଙ୍କ ବିବାହ ଜବଦଲପୁରରେ ସ୍ଥିର ହେବା ପରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ପ୍ରତାରଣାର ଶୀକାର ହୋଇଥିବା ମନେକରି ଯୁବକ ଜଣକ ତାଙ୍କ ବାନ୍ଧବୀଙ୍କ ଭାବି ସ୍ୱାମୀ ପାଖକୁ ସେମାନଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସବୁ ସେୟାର କରିଥିଲେ। ଯାହାକୁ ନେଇ ଥାନାରେ ମାମଲା ହେବା ପରେ ପୁଲିସ ଘଟଣାର ତଦନ୍ତ କରି ପାରଳାଖେମୁଣ୍ଡିରୁ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଧର୍ମଗଡ ଥାନା ଆଇଆଇସି ଚନ୍ଦ୍ର ଶେଖର ଶବର ପ୍ରକାଶ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories