www.samajalive.in
Wednesday, December 10, 2025
26.1 C
Bhubaneswar

ଦେଶୀକୁ ଟକ୍କର ଦେଉଛି ବିଦେଶୀ ବନ୍ଧାକୋବି

ଜଳେଶ୍ୱର: ଆସିଲାଣି ଶୀତ। ସୁବର୍ଣ୍ଣରେଖା ନଦୀତଟରେ ଏବେ ହସୁଛି ଶାଗୁଆ ପରିବା କ୍ଷେତ। ମାତ୍ର ମଞ୍ଜି ଓ ସାର କିଣାରେ ସରକାରୀ ସହାୟତା ସୁବିଧା ନଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ। ପରିବା ଉତ୍ପାଦନ ପରେ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର ସୃଷ୍ଟି ହେଲେ ଚାଷୀ ଦି ପଇସା ରୋଜଗାର କରି ଖୁସି ହୁଅନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ପରିବା ଚାଷୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ବାଲେଶ୍ବର ଜିଲା ଜଳେଶ୍ୱର ବ୍ଲକର ବାଇଗଣ ବାଡିଆ, ଝାଡପିମ୍ପଳ, ପଶ୍ଚିମବାଡ଼, ପାଇକସିଦା, ଗଡସାହି ବାଲିଆପାଳ, ରାଜପୁର, ମହମ୍ମଦନଗର ପାଟଣା, ଗୋବରଘଟ୍ଟା, ଲକ୍ଷ୍ମଣନାଥ, ଶିଖରପୁର, ଶ୍ରୀରାମପୁର, ଦକ୍ଷିଣ ପ୍ରହରାଜପୁର, ମାକିଡିଆ, ଓଲମରା ପଞ୍ଚାୟତଗୁଡିକ ସୁବର୍ଣ୍ଣରେଖା ନଦୀକୂଳରେ ଥିବାରୁ ଏହି ଅଞ୍ଚଳରେ ଏବେ ବ୍ୟାପକ ପନିପରିବା ଚାଷ ଆରମ୍ଭ ହେଲାଣି। ଚାଷୀର ଜମିରେ ଫୁଲକୋବି, ବନ୍ଧାକୋବି, କଲରା, କାକୁଡି, ବାଇଗଣ, ଭେଣ୍ଡି, ପୋଟଳ, କୁନ୍ଦୁରି, ଝୁଡଙ୍ଗ ଇତ୍ୟାଦି ପନପରିବାର ଗଛ ମାଟିରେ ସବୁଜ ଚାଦର ଭଳି ମାଡ଼ି ଯାଇଛି। ସୋରିଷ କ୍ଷେତ ବି ହସିଲାଣି। ସୁନେଲ ଫୁଲ ଦେଖି ଚାଷୀ ଓ ରାସ୍ତାକଡ଼ ପଥଚାରୀ ବିଭୋର।

ଜଳେଶ୍ୱରର ଚାଷୀ ଫୁଲକୋବି ଉତ୍ପାଦନ କରି ବଜାରରେ ଆଗୁଆ ବିକ୍ରି କରିବା ଲାଗି ସଜେଇ ହେଲେଣି। ଏଠାକାର ଚାଷୀ ମାକିଡିଆ ଓ ମହୁଲିଆ ମୂଳା, ରେଳା ବାଇଗଣ ବାଡିଆର ଲଙ୍କା ଓ ଭେଣ୍ଡି ତଥା ବାଇଗଣ କେବଳ ଜଳେଶ୍ୱର ନୁହେଁ ମୟୂରଭଞ୍ଜର ରାସଗୋବିନ୍ଦପୁର, ମୋରଡା, ଖୁଣ୍ଟା, ବୈଶିଙ୍ଗାର, ପଶ୍ଚିମମେଦିନୀପୁରର ଦାନ୍ତୁନ, ନୟାଗ୍ରାମ, ମୋହନପୁର, ବସ୍ତା ଅଞ୍ଚଳକୁ ରପ୍ତାନୀ କରି ବେଶ ଦୁଇ ପଇସା ଅର୍ଥ ରୋଜଗାର କରିଥାନ୍ତି। ଚଳିତବର୍ଷ ମଧ୍ୟ ଚାଷୀମାନେ ଅକ୍ଳାନ୍ତ ପରିଶ୍ରମରେ ବ୍ୟସ୍ତ। ଦୁଃଖର କଥା ଏଥିରୁ ବହୁଚାଷୀ ସରକାରୀ ଯୋଜନା, ସହାୟତାରୁ ବଞ୍ଚିତ ହୋଇଆସୁଛନ୍ତି। କେତେକ ଚାଷୀ ୨ ବର୍ଷ ଧରି କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ଯୋଜନାର ଅର୍ଥ ପାଇବାରୁ ବଞ୍ଚିତ। ଆଳୁ ଚାଷ କରି ଆଳୁ ମିଶନ ନିକଟରୁ ପାଉ ନାହାନ୍ତି ପ୍ରୋତ୍ସାହନ। ଚଳିତବର୍ଷ ପରିବା ମଞ୍ଜି ଯୋଗାଇବାର ସରକାର ଘୋଷଣା କରିଥିବାବେଳେ ଏବେ ବି ସେମାନଙ୍କୁ ମିଳିପାରି ନାହିଁ। ସମସ୍ତଙ୍କୁ ଜଳସେଚନର ବ୍ୟବସ୍ଥା, ଆର୍ଥିକ ସହାୟତା ଓ ବଜାର ସୃଷ୍ଟି କରାଯାଇ ପାରିଲେ ପରିବା ଚାଷୀଙ୍କର ଆର୍ଥିକସ୍ଥିତି ବଦଳି ପାରନ୍ତା।

- Advertisement -

ଶିଖରପୁର ପଞ୍ଚାୟତର ଚକହରି ଗାଁର ଧୀରେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ବାଡିରେ ଫୁଲକୋବି, କଲରା, କାକୁଡି ଓ ବାଇଗଣ ଚାଷ କରି ପରିବାରରେ ହସର କୁଆଟ ଛୁଟାଇ ପାରିଛନ୍ତି। ତାଙ୍କ ପରିବାରର ସମସ୍ତେ ଚାଷରେ ବ୍ୟସ୍ତ ରହୁଥିବା ବେଳେ ବଡଭାଇ ବୈକୁଣ୍ଠ ପ୍ରଧାନ (୯୦) ପ୍ରତିଦିନ ପରିବା ବାଡିକୁ ନ ଆସିଲେ ନ ଚଳେ। ଏବେ ଫୁଲ କୋବିର ପସରା ସମସ୍ତଙ୍କୁ ଆକୃଷ୍ଟ କରିଛି। ସୁବର୍ଣ୍ଣରେଖା ନଦୀର ଶିଖରପୁର ପୋଲର ପଶ୍ଚିମମୁଣ୍ଡ ନିକଟରେ ଧୀରେନ୍ଦ୍ର ପ୍ରଧାନଙ୍କ କୋବିବାଡି ପଥାଚାରୀଙ୍କୁ ଆକର୍ଷିତ କରୁଛି। ଆଶା ରଖିଛନ୍ତି ଆସନ୍ତାଦିନରେ ପରିବା ଚାଷ କରି ନିଜର ଆର୍ଥିକ ବଳ ବଢାଇବାରେ ସକ୍ଷମ ହେବେ। ଏ ସମ୍ପର୍କରେ କୃଷି ଜିଲା ଅଧିକାରୀ ଅନ୍ତର୍ଯ୍ୟାମୀ ଧୀରଙ୍କ ମତାମତ ଲୋଡିବାରୁ ସେ କହିଥିଲେ, ଏବେ କେତେକ ସ୍ଥାନରେ ସୋରିଷର ମେଗା ଫିଲ୍ଡ ସୃଷ୍ଟି ଲାଗି ବିହନ କିଟ୍‌ ଯୋଗାଇ ଦିଆଯାଇଥିବାବେଳେ ମୁଗ ବିହନ ମଧ୍ୟ ପଠାଯାଉଛି। ପର୍ଯ୍ୟାୟକ୍ରମେ ଧାନକଟା ବେଳକୁ କିଛି ଚାଷୀଙ୍କୁ ବିରି ଓ ଧାନ କିଟ୍‌ ଯୋଗାଯିବାର ସରକାରୀ ଯୋଜନା ରହିଛି।
ବ୍ରସେଲ୍ସ ସ୍ପ୍ରାଉଟ୍‌ : ଗୋଟିଏ ଗଛରେ ୫୦
ବିଶ୍ୱରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର​‌​‌ରେ ନୂଆ ନୂଆ ବିପ୍ଳବ ଆସୁଥିବାବେଳେ କୃଷିକ୍ଷେତ୍ରରେ ମଧ୍ୟ ତାହାର ପ୍ରୟୋଗ ଦେଖିବାକୁ ମିଳିଛି। ଆଧୁନିକ ଚାଷ ପ୍ରଣାଳୀରେ ଏବେ ପୃଥିବୀର ଗୋଟିଏ ପ୍ରାନ୍ତର ପନିପରିବା ଓ ଫଳ ମଧ୍ୟ ଅନ୍ୟ ଏକ ଅଞ୍ଚଳରେ ଚାଷ କରାଯାଇପାରୁଛି। ଏହି ପର୍ଯ୍ୟାୟରେ ବେଲଜିୟମ୍‌ର ବନ୍ଧାକୋବି (ବ୍ରସେଲ୍ସ ସ୍ପାଉଟ୍) ଏବେ ଉତ୍ତର ଓଡ଼ିଶାର ଜମିରେ ଫଳୁଛି। ଗୋଟିଏ ଗଛରେ ଗୋଟିଏ ବନ୍ଧାକୋବି ହେଉଥିବା ଆମେ ଦେଖିଛେ; ମାତ୍ର ଏବେ ଗୋଟିଏ ଗଛରେ ୫୦ରୁ ଅଧିକ କୋବି (ବ୍ରସେଲ୍ସ ସ୍ପ୍ରାଉଟ) ଚାଷ କରି ଚାଷୀ ଅଧିକ ଲାଭବାନ ହୋଇପାରୁଛି। ଗୋଟିଏ ଏକର ଚାଷ ଜମିରୁ ୨୦ କ୍ବିଣ୍ଟାଇ କୋବି ଅମଳ ହୋଇପାରୁଛି। ଅମୃତଭଣ୍ଡା ଭଳି ଏହି କୋବି ଗଛରେ ୬ ମାସ ଭିତରେ ୫ ଥର ଫଳ ଧରୁଛି। ଏହା ଲାଭଜନକ ହୋଇଥିବାରୁ ଏହି ନୂତନ କୋବି ଚାଷକୁ ଓଡ଼ିଶାର ଯୁବ ଚାଷୀମାନେ ଆଦରି ନେଉଥିବା ବାଲେଶ୍ବର ଜିଲା ଜଳେଶ୍ବର ଅନ୍ତର୍ଗତ ସୁଗୋ ଗାଁର ଯୁବଚାଷୀ ସଞ୍ଜୟ ପ୍ରଧାନଙ୍କ କ୍ଷେତରେ ଏବେ ଦେଖିବାକୁ ମିଳୁଛି।

ସଞ୍ଜୟ ଜଣେ ଉଚ୍ଚଶିକ୍ଷିତ ଯୁବଚାଷୀ ତଥା ଉ​‌ଦ୍ୟୋଗୀ। ଚାକିରି ଛାଡି ସେ ଲୋକଙ୍କ ଠାରୁ ଜମି ଲିଜ୍‌ ସୂତ୍ରରେ ଆଣି ପୋଖରୀ ଖୋଳି ଭାକୁଡ, ରୋହୀ, କଉ, ମାଗୁର, ଚିଙ୍ଗୁଡି ଆଦି ମାଛଚାଷ କରିଆସୁଛନ୍ତି। ସେହିପରି ପୋଖରୀ ହୁଡାରେ ସମନ୍ବିତ ଚାଷ ପ୍ରଣାଳୀରେ ଅମୃତଭଣ୍ଡା, କାକୁଡ଼ି, କଖାରୁ, ବାଇଗଣ, ଭେଣ୍ଡି ଓ ଲଙ୍କାମରିଚ ଆଦି ଚାଷ ତାଙ୍କର ଦେହସୁଆ ହେଲାଣି। ଚଳିତ ବର୍ଷ ଲକ୍‌ଡାଉନ, ସଟ୍‌ଡାଉନରେ ମଧ୍ୟ ଓଡିଶା ଏବଂ ପଶ୍ଚିମବଙ୍ଗ ସୀମା ଅଞ୍ଚଳରେ ମାଛ ଓ ପନିପରିବା ବିକ୍ରି କରି ବେଶ୍‌ ଭଲ ଦି ପଇସା ରୋଜଗାର କରିପାରିଛନ୍ତି ସଞ୍ଜୟ। ତାଙ୍କଠାରୁ ଚାଷ ସମ୍ବନ୍ଧୀୟ ଜ୍ଞାନ ନେଇ ଜଳେଶ୍ୱର, ଭୋଗରାଇ ବ୍ଲକର ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ସମ୍ପ୍ରସାରଣ ଅଧିକାରୀମାନେ ପ୍ରତ୍ୟକ୍ଷ ଶିକ୍ଷା ଦେଇ ଏଭଳି ଆଧୁନିକୀ ପ୍ରଣାଳୀରେ ଚାଷ ଲାଗି ପ୍ରୋତ୍ସାହିତ କରୁଛନ୍ତି। ଏବେ ସେ ନିଜ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏପରିସ୍ଥଳେ ସେ ବ୍ରସେଲ୍ସ ସ୍ପ୍ରାଉଟ ନାମକ ବନ୍ଧାକୋବି ଚାଷ ଆରମ୍ଭ କରିଛନ୍ତି। ଏହା ଦେଖିବାକୁ ଅମୃତଭଣ୍ଡା ଗଛ ପରି। ଗୋଟିଏ ଗୋଟିଏ ଗଛରେ ୬ ଶହ ଗ୍ରାମରୁ ଊର୍ଦ୍ଧ୍ବ ଓଜନର ୫୦ରୁ ଅଧିକ କୋବି ଫଳିପାରୁଛି; ମାତ୍ର ସେପ୍ଟେମ୍ବରରୁ ମେ ଅର୍ଥାତ୍ ୬ ମାସରେ ଏହା ଅମଳ ହୋଇ ପାରୁଥିବାରୁ ତଥା ଅଧିକ ଖର୍ଚ୍ଚ ନ ଥିବାରୁ ଲାଭ ଅଧିକ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଚାଷରେ ଏକର ପ୍ରତି ୧୭ କିଗ୍ରା ଯବକ୍ଷାରଜାନ, ୨୦ କିଗ୍ରା ଫସ୍‌ଫରସ୍‌ ଓ ୨୦ କେଜି ପଟାସିୟମ୍‌ ଦେଇ ଚାରା ରୋପଣ କରାଯିବା ପରେ ୪୦ ଦିନରେ ୧୬.୫ କିଗ୍ରା ଯବକ୍ଷାରଜାନ ଓ ଫଳ ଆରମ୍ଭ ହେଲେ ୧୬.୫ କିଗ୍ରା ଯବକ୍ଷାରଜାନ ପ୍ରୟୋଗ କଲେ ସେ ଭଲ ଲାଭ ପାଇବେ ବୋଲି କହିଛନ୍ତି। ଏକ ଏକରରୁ ସେ ୨୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ବନ୍ଧା କୋବି ଅମଳ କରିପାରୁଛନ୍ତି। ୫ଥର ଫଳ ଧରୁଥିବା ସେ କହିଛନ୍ତି। ଏହି ବ୍ରସେଲ୍ସ ସ୍ପାଉଟ୍‌ର ଅତ୍ୟନ୍ତ ଉପକାରୀ ପରିବାଟିଏ ହୋଇଥିବାବେଳେ ଏଥିରେ ପ୍ରଚୁର ପରିମାଣର ଶରୀର ପୋଷକ ତତ୍ତ୍ବ ରହିଛି। ସଞ୍ଜୟଙ୍କ ଏଭଳି ଆଧୁନିକ କୃଷି ପ୍ରଣାଳୀ ଅନ୍ୟ ଚାଷୀଙ୍କ ଲାଗି ଏକ ପ୍ରେରଣା ନିଶ୍ଚୟ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories