www.samajalive.in
Monday, December 8, 2025
27.1 C
Bhubaneswar

ନଦୀକୁ ଗାଧେଇବା ପାଇଁ ଯାଇ ବୃଦ୍ଧ ନିଖୋଜ

କଲମପୁର : ଜନୈକ ବୃଦ୍ଧ ନଦୀକୁ ଗାଧେଇବା ପାଇଁ ଯାଇ ନଦୀ ପାଣି ରେ ନିଖୋଜ ହେବା ଘଟଣା କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି।  ପ୍ରାପ୍ତ ସୁଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ଟେମରା ଗ୍ରାମର ଗଙ୍ଗାଧର ନାଏକ ନାମକ ଜନୈକ ୬୮ ବର୍ଷିୟ ବୃଦ୍ଧ ଗାଧେଇବା ପାଇଁ ନିକଟସ୍ଥ ହାତୀ ନଦୀକୁ ଯାଇଥିଲେ। ଗାଧେଇବା ସମୟରେ ହଠାତ୍‍ ଇନ୍ଦ୍ରାବତୀ ଜଳ ପ୍ରକଳ୍ପର ବଳକା ପାଣି ମଙ୍ଗଳପୁର ବ୍ୟାରେଜରୁ ହାତୀ ନଦୀରେ ନିଷ୍କାସିତ କରାଯାଇଥିବାରୁ ପାଣି ମାଡି ଆସିଥିଲା। ବୃଦ୍ଧ ଜଣକ ଏନେଇ ସୁଚନା ପାଇନଥିବାରୁ ନିଜକୁ ସୁରକ୍ଷିତ କିରନପାରି ପାଣି ସୁଅରେ ଭାସିଯାଇଥିବା ନିକଟରେ ଥିବା କିଛି ଲୋକ ଦେଖିଥିବା ସୁଚନା ଦେଇଛନ୍ତି।

ଅନ୍ୟପଟେ ଏନେଇ ବନ୍ଦକନା ସରପଂଚ ସ୍ଥାନୀୟ ପ୍ରଶାସନ ଓ ପୁଲିସ ସମେତ ଅଗ୍ନିଶମ ବିଭାଗକୁ ସୁଚନା ଦେଇଥିଲେ। ସୁଚନା ପାଇବା ପରେ ଅଗ୍ନିଶମ ବିଭାଗ ସଂଧ୍ୟା ୭ଟା ସମୟରେ ଘଟଣା ସ୍ଥଳରେ ପହଂଚି ଥିଲେ ମଧ୍ୟ ଅନ୍ଧାର ହେଇଯାଇଥିବାରୁ କିଛି କାର୍ଯ୍ୟପନ୍ଥା ଗ୍ରହଣ କରିନାହାଁନ୍ତି। ଅନ୍ୟପଟେ ରାତିରେ ପାଣି ଭିତରେ ଖୋଜିବା ମଧ୍ୟ ସମ୍ଭବ ନୁହେଁ। ଏନେଇ ନଦୀର ତଳମୁଣ୍ଡକୁ ମଧ୍ୟ ସୁଚନା ଦିଆଯାଇଛିା

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories