www.samajalive.in
Saturday, December 6, 2025
26.1 C
Bhubaneswar

ବାଉଁଶୂଳୀର ବାସ୍ନା ବିତରୁଛନ୍ତି ଲକ୍ଷ୍ମୀନାରାୟଣ

ପାଟଣା : କୌଣସି ତାଲିମ ନେଇ ନାହାନ୍ତି କି କୌଣସି ଡ୍ରଇଁ ଶିକ୍ଷକ ତାଙ୍କ ହାତଧରି ଶିଖାଇ ନାହାନ୍ତି। ତଥାପି ତାଙ୍କର ନିଜର ଇଛାଶକ୍ତି ତାଙ୍କୁ ଚିତ୍ର ଆଙ୍କିବାରେ ସଫଳତା ଆଣିଦେଇଛି। ତାଙ୍କ ସାମ୍ନାରେ ଠିଆ ହେଉଥିବା ଲୋକଙ୍କ ମୁହଁର ଅବିକଳ ଚିତ୍ର ହେଉ କି ଟିଭି, ଖବର କାଗଜରୁ ଦେଖି ମହାପୁରୁଷ, ଜଣାଶୁଣା ନେତା ଓ ସେଲିବ୍ରିଟି ମାନଙ୍କର ହେଉ କି ସାଧାରଣ ଜନତା ସେ ତାଙ୍କର ଅବିକଳ ଚିତ୍ର ପେନସିଲ କଳାରେ ଫୁଟାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେଣି। ଏହି ନାବାଳକ ଚିତ୍ରକର ଜଣଙ୍କ ହେଉଛନ୍ତି ପାଟଣା ବ୍ଲକ ବାଉଁଶୂଳୀ ପଂଚାୟତ ବାଉଁଶୂଳୀ ଗ୍ରାମ ଗୋପାଳିଆ ସାହିର ଲକ୍ଷ୍ମୀନାରାୟଣ ମହାରଣା (୧୬) ବୋଲି ଜଣାପଡିଛି।

ବାଉଁଶୂଳୀ ଗ୍ରାମର ଚାଷୀ ପରିବାର ସଂଜୟ ମହାରଣାଙ୍କ ବଡପୁଅ ଲକ୍ଷ୍ମୀନାରାୟଣ ଏବେ ତୁରୁମୁଙ୍ଗା ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର + ୨ କଳା ଦ୍ୱିତୀୟ ବର୍ଷର ଛାତ୍ର। ସଂଜୟ ମହାରଣାଙ୍କ ଦୁଇ ପୁଅ ଓ ଝିଅଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ଏବେ +୨ ପଢୁଥିବା ବେଳେ ଝିଅ ବର୍ଷାରାଣୀ ଦଶମ ଶେଣୀର ଛାତ୍ରୀ। ତୃତୀୟ ଶ୍ରେଣୀରୁ ଲକ୍ଷ୍ମୀନାରାୟଣ ଚିତ୍ର ଆଙ୍କିବା ଆରମ୍ଭ କରିଥିବା ବେଳେ ନବମ ଶ୍ରେଣୀରେ ଗାଁ ହାଇସ୍କୁଲରେ ପାଠ ପଢୁଥିବା ସମୟରେ ଗ୍ରାମବାସୀ ଙ୍କ ଅନୁରୋଧ ରକ୍ଷା କରି ଲକ୍ଷ୍ମୀପୂଜା ପାଇଁ ଲକ୍ଷ୍ମୀମୂର୍ତ୍ତି ତିଆରି କରିଥିଲେ। ସୁନ୍ଦର ଚିତ୍ରାଙ୍କନ ପାଇଁ ସେ କ୍ଲଷ୍ଟର ଓ ବ୍ଲକ ସ୍ତରରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏବେ ପେନସିଲ କଳା ସହ ୱାଟର ପେଣ୍ଟିଂ ମଧ୍ୟ ଭଲ ଭଲ ଚିତ୍ର ଆଙ୍କୁଛନ୍ତି। ଏହା ଛଡା କାଠରେ ମୂର୍ତ୍ତି କଳା କରିବା କାମ ମଧ୍ୟ ଆରମ୍ଭ କରିଛନ୍ତି। ବିରାଟ କୋହଲିଙ୍କ ଠାରୁ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀ, ନବୀନ ପଟ୍ଟନାୟକଙ୍କ ଠାରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅବିକଳ ଚିତ୍ର ଆଙ୍କି ପାରୁଥିବା ବାଉଁଶୂଳୀର ଲକ୍ଷ୍ମୀନାରାୟଣଙ୍କ ବାସ୍ନା ଏବେ ଅଂଚଳରେ ମହକୁଥିବା ଦେଖାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories