www.samajalive.in
Tuesday, December 9, 2025
16.1 C
Bhubaneswar

ମହାଲିକପଡା ଶୈବ ପୀଠ ରାସ୍ତା ଶୋଚନୀୟ

ବୌଦ୍ଧ : ବୌଦ୍ଧ ବ୍ଲକ ଟିକରପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ବଣଜଙ୍ଗଲ ଘେରା ମହାଲିକପଡାର ପ୍ରାଚୀନ ଶୈବପୀଠରେ କପିଳେଶ୍ୱର ମହାଦେବ କେଉଁ ଆବାହମାନ କାଳରୁ ପୂଜିତ ହୋଇଆସୁଛନ୍ତି। ଗ୍ରାମର ପଶ୍ଚିମ ଦିଗ ଗଛଲତାରେ ଭରପୁର ରହିଥିବାବେଳେ ଶୈବପୀଠକୁ ଲାଗି କୁଳକୁଳୁ ନାଦ କରି ବୋହି ଯାଇଥିବା ସୁନ୍ଦରୀ ନାଳ ଏଠାରେ ପ୍ରାକୃତିକ ପରିବେଶକୁ ଅଧିକ ମନଲୋଭା କରିଥାଏ। ଏହି ପ୍ରାଚୀନ ଶୈବ ପୀଠକୁ ପ୍ରତି ସୋମବାର ଓ ଶନିବାର ବ୍ୟତୀତ ପ୍ରତିମାସର ଚତୁଦ୍ଦଶି, ପୂଣ୍ଣିମା, ସଂକ୍ରାନ୍ତି ଭଳି ତିଥରେ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଭିଡ ଜମାଇଥାନ୍ତି। ଏହାବ୍ୟତୀତ ଏହି ପ୍ରାଚୀନ ପୀଠରେ ଝାମୁଯାତ୍ରା, କାଳୀପୂଜା ଓ ମକରସଂକ୍ରାନ୍ତି ଭଳି ଦିବସରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ହୋଇଥାଏ। କିନ୍ତୁ ଏହି ପ୍ରାଚୀନ ପୀଠରେ ଭକ୍ତମାନଙ୍କ ପାଇଁ ନା ପାନୀୟଜଳର ସୁବିଧା ଅଛି ନା ଆଲୋକ ବ୍ୟବସ୍ଥା। ପୀଠକୁ ଆସିବା ପାଇଁ ରାସ୍ତାଘାଟର ମଧ୍ୟ ବିଶେଷ ସୁବିଧା ନାହିଁ। ଯେଉଁ ଗୋଟିଏ ମାଟି ରାସ୍ତା ରହିଛି ପ୍ରତିବର୍ଷ ପଞ୍ଚାୟତ ପକ୍ଷରୁ ମାଟି ପକାଇବା ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ସବୁଦିନିଆଁ ରାସ୍ତାରେ ପରିଣତ ହୋଇପାରୁନାହିଁ। ଏଠାରେ ଭକ୍ତଙ୍କ ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି। ସରକାର ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାକୁ ଘୋଷଣା କରିଥିବାବେଳେ ରାଜନୈତିକ ଇଛାଶକ୍ତି ଅଭାବରୁ ଏପର୍ଯ୍ୟନ୍ତ ଟିକରପଡା ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇପାରିନାହିଁ। ତେଣୁ ଏହି ପ୍ରାଚୀନ ଶୈବ ପୀଠର ଉନ୍ନତିକରଣ ପାଇଁ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories