www.samajalive.in
Monday, December 8, 2025
27.1 C
Bhubaneswar

ଜୀବନବ୍ୟାପୀ ଆଦର୍ଶ ଓ ସାଲିସ୍‍ ବିହୀନ ମୂଲ୍ୟବୋଧରେ ବିଶ୍ୱାସ ରଖିଥିଲେ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା, ସମାଜସେବୀ ତଥା ସମସ୍ତଙ୍କ ପ୍ରେରଣାର ସ୍ରୋତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜର ସାଂପ୍ରତିକ ସ୍ଥିତିକୁ ଦେଖି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରି ପାରୁଥିବା ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏବଂ ଜୀବନବ୍ୟାପୀ ଆଦର୍ଶ ଓ ସାଲିସ୍‍ ବିହୀନ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିଲେ ବୋଲି ରବିବାର ସ୍ୱର୍ଗତ ବଳଙ୍କ ୮୮ତମ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ଜରିଆରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ଯେ ସ୍ୱର୍ଗତ ବଳ ଓଡ଼ିଆ ଯୁବକର ସ୍ୱାଭିମାନ, ଗରିବ, ଅସହାୟ ଓ ନିଷ୍ପେସିତ ଲୋକଙ୍କ କଲ୍ୟାଣ ପାଇଁ ଜୀବନବ୍ୟାପୀ ସାଲିସ୍‍ ବିହୀନ ଲଢ଼େଇ କରିଥିଲେ। କିଟ୍‍ ସମୂହ ପ୍ରଦ୍ୟୁମ୍ନ ବଳଙ୍କ ପରିକଳ୍ପନା ଥିଲା। ଏଥିରୁ ସ୍ୱର୍ଗତ ବଳଙ୍କ ବିଚାରଧାରା, ଦାୟିତ୍ୱ ଓ ଓଡ଼ିଆ ସମାଜ ପ୍ରତି ଥିବା ଦରଦ ପ୍ରମାଣିତ ହେଉଛି।

ସେହିପରି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଦିଗଦର୍ଶନ ଦେବାର ମହାପୁରୁଷ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ। ସେ ସମୟରେ ଛାଡ଼ି ଯାଇଥିବା ବିଚାରଧାରା ଓ ପରମ୍ପରା ସାଂପ୍ରତିକ ସମୟରେ ପ୍ରାସଙ୍ଗିକ ହୋଇଛି। ତେଣୁ ତାଙ୍କର ଆଦର୍ଶ ଓ ସଂସ୍କାରକୁ ନେଇ ଆମେ ସମସ୍ତେ ଆଗକୁ ବଢିବା ପାଇଁ ପ୍ରତିବଦ୍ଧ ହେବା ଦରକାର ବୋଲି ସେ କହିଛନ୍ତି। କରୋନା ମହାମାରୀ ମଧ୍ୟରେ ବର୍ତ୍ତମାନ ଶୀତ ଋତୁର ସମୟ ଉପନୀତ ହୋଇଛି।

- Advertisement -

ଏହି ଦୀପାବଳି ସମୟରେ ଓଡ଼ିଶା ସରକାର ରାଜ୍ୟରେ ବାଣ ନଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାକୁ ଆମେ ସମସ୍ତେ ପାଳନ କରିବା ସହ ଏଥିପାଇଁ ଜନସଚେତନତା ତିଆରି କରିବାର ଆବଶ୍ୟକତା ରହିଛି। ଏହା ସ୍ୱର୍ଗତ ବଳଙ୍କୁ ତାଙ୍କ ଜନ୍ମ ଦିନରେ ସଠିକ୍‍ ଉପହାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories